ଗୋକର୍ଣ୍ଣପୁର ଗାଁ ରେ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ରେ ମାଁ ବାଙ୍କେଶ୍ୱରୀ କ୍ରିକେଟ କ୍ଲବ ପକ୍ଷରୁ ଗୁରୁବାର ଏକ ଦିନିକିଆ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ର ଆୟୋଜନ କରାଯାଇଥିଲା। ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୮ ଟି କ୍ରିକେଟ ଟିମ୍ କ୍ଲବ ଯୋଗ ଦେଇଥିଲେ।  ଏହି ଟୁର୍ନାମେଣ୍ଟ କୁ ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ଆୟୋଜିତ ଉଦଘାଟନୀ ଉତ୍ସବରେ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ, ପୁର୍ବତନ ସରପଞ୍ଚ ଅସିତ କୁମାର ସାହୁ,କେ.ହରିବନ୍ଧୁ ରେଡ୍ଡୀ,ଭଗବାନ ବାଡ଼ତ୍ୟା,ସାମାଜିକ କର୍ମୀ ଜି. ନନ୍ଦନ ଦୋରା, ମନୋଜ କୁମାର ସାହୁ, ଦେବହରି ଗୌଡ଼, ରାଜ କିଶୋର ମହାନ୍ତି,ବିକ୍ରମ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ସଭା ପୂର୍ବରୁ ଅତିଥି ମାନଙ୍କୁ ଏକ ବିରାଟ ବାଇକ ରାଲିରେ କ୍ଲବ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରି ଖେଳ ପଡ଼ିଆ କୁ ପାଛୋଟି ନିଆଯାଇଥିଲା। ପ୍ରଥମ ମ୍ୟାଚ ଚିକିଟି ଏବଂ  ଅନଙ୍ଗପୁର କ୍ରିକେଟ ଟିମ୍ ମଧ୍ୟରେ ହୋଇଥିଲା। ଚିକିଟି ଟିମ୍ ନିର୍ଦ୍ଧାରିତ ୬ ଓଭରରେ ୩୫ ରନ କରିଥିବା ବେଳେ ପ୍ରତିପକ୍ଷ ଅନଙ୍ଗପୂର ୪.୫ ବଲ୍ ରେ ୩୬ ରନ ହାସଲ କରି ବିଜୟୀ ହୋଇଥିଲା।ସେହିପରି ୨ ୟ ମ୍ୟାଚ ରେ ସାହସ ପୁର ହାଟପଦା କ୍ରିକେଟ ଟିମ୍ ୬ ଓଭର ରେ ୭୮ ରନ ହାସଲ କରିଥିବା ବେଳେ ପ୍ରତିପକ୍ଷ  ବାଲିବିଲ କ୍ରିକେଟ ଟିମ୍ ସମସ୍ତ ଉଇକେଟ ହରାଇ ମାତ୍ର ୩୧ ରନ କରି  ପରାଜିତ ହୋଇଥିଲା। ରଞ୍ଜନ ଦୋରା,ମାଧବ ରେଡ୍ଡୀ,ଗୋପାଳ ଦୋରା ଓ ପତିତପାବନ ଦାସ  ମ୍ୟାଚ ଅମ୍ପାୟର ଥିବା ବେଳେ ଜି.ସତୀଶ ଦୋରା,ନରସିଂହ ଦୋରା,ବୁଲୁ ଦୋରା,ସ୍ବାଗତ ପଟ୍ଟନାୟକ,ରାଜା ରେଡ୍ଡୀ,ଗୋପାଳ ଦୋରା,କାଳିଆ ଦୋରା,ଭବାନୀ ସେଠୀ ପ୍ରମୁଖ ବାଙ୍କେଶ୍ୱରୀ କ୍ରିକେଟ କ୍ଲବ ର  ସମସ୍ତ ସଦସ୍ୟ ମ୍ୟାଚ ପରିଚାଳନାରେ ସହାୟତା କରିଥିଲେ। ବିଶେଷ ଆକର୍ଷଣ ଭାବେ ଚିୟର ଗାର୍ଲଙ୍କ ନୃତ୍ୟ ଭଙ୍ଗି ଦର୍ଶକ ଙ୍କୁ ବେଶ ମୋହିତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ