ଗୋଚର ଜମିରେ ପ୍ରସାଦ ନର୍ମାଣ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମରେ ଗୋଚର ଜମି ଉପରେ ପ୍ରସାଦ ନିର୍ମାଣ ଚାଲିଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବାପରେ ଆଜି ଡଅଁର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗୋଚର ଜମିରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବାକୁ ନିୟମ ନଥିବାବେଳେ ସୋଲପଟା ମୌଜାରେ ଗୋଚର ଜମିରେ ଏକ ବିରାଟ ପକ୍କାଘର ନିର୍ମାଣ ହେଉଛି । ଡଅଁର ରାଜସ୍ୱ ସର୍କଲ ଅଧିନସ୍ଥ ସୋଲପଟା ମୌଜାର ଖାତାନଂ-୧୩୪ ପ୍ଲଟ-ନଂ ୬୨୪ କିସମ ଗୋଚର ଥିବାବେଳେ ତାହା ଉପରେ ଗ୍ରାମର ଜୈନିକ ବ୍ୟକ୍ତି ଏକ ପ୍ରସାଦ ନିର୍ମାଣ କରୁଛନ୍ତି । ଯାହାକି ସମ୍ପୁର୍ଣ୍ଣ ବେନିୟମ ଅଟେ । ଏହାଦ୍ୱାରା ଗ୍ରାମର ଗୋଚର ଜମି ସଙ୍କୁଚିତ ହେବାସହ ଗୋରୁଗାଈ ମାନେ ଚରିବାପାିଁ ନାନା ଅସୁବିଧା ଭୋଗ କରିବେ । ଏଣୁ ତୁରନ୍ତ ଏଠାରୁ ଏହି କୋଠାଘର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଅଭିଯୋଗ ପାଇବାପରେ ତହସିଲଦାରଙ୍କ ନିର୍ଦ୍ଦେଶରେ ଆଜି ଡଅଁର ରାଜସ୍ୱ ନିରୀକ୍ଷକ ସନ୍ଦିପ କୁମାର ପରିଡା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଗୋଚର ଜମି ଉପରେ ଘର ହେଉଥିବାରୁ ସେ ଘର ନିର୍ମାଣ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଗୃହକର୍ତ୍ତା ଅନ୍ୟମାନେ ଘର କରିଛନ୍ତି ତେଣୁ ମୁଁ କାହିଁକି ବନ୍ଦ କରିବି ବୋଲି କହିଥିଲେ । ପରବର୍ତ୍ତି ସମୟରେ କାମ ବନ୍ଦ କରିଥିବା ରାଜସ୍ୱନିରୀକ୍ଷକ ସୁଚନା ଦେଇଛନ୍ତି । ଏ ସମ୍ପର୍କରେ ସେ ତହସିଲଦାର ହାଟଡିହିଙ୍କୁ ଅବଗତ କରାଇଥିବା କହିଛନ୍ତି । ତହସିଲଦର କଣ ପଦକ୍ଷେପ ନେଉଛନ୍ତି ତାଙ୍କୁ ଚାହିଁ ବସିଛନ୍ତି ଗ୍ରାମବାସୀ ।