ଗୋଟିଏ ଦିନ ରେ ୮ କରୋନା ଯୋଦ୍ଧା ଚିହ୍ନଟ
ସୋରଡା, (ରଜନୀ କାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ସଂକ୍ରମଣ ସଂଖ୍ୟା ବଢିଥିବା ବେଳେ ଆଜି ୧୧ ଜଣ ପୁଣିଥରେ ଚିହ୍ନଟ ହେଇଛନ୍ତି। ଆଜି ର ଚିହ୍ନଟ ଙ୍କ ମଧ୍ୟରେ ୮ ଜଣ କରୋନା ଯୋଦ୍ଧା ରହିଛନ୍ତି। ସବୁଠାରୁ ଗୁରୁତ୍ଵ ହେଲା ସୋରଡା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବର୍ତମାନ କାରୋନା ରେ ଆକ୍ରାନ୍ତ ହେଇଛନ୍ତି। ଲକଡାଉନ ଆରମ୍ଭରୁ ସୋରଡା ଏନ ଏନ ସି ରେ କଡାକଡି ଭାବେ ଲକ ଡାଉନ କୁ ସଫଳ କରୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ କରୋନା ସଂକ୍ରମଣ ର ଆକ୍ରାନ୍ତ ହେଇଛନ୍ତି। କରୋନା ସଂକ୍ରମଣ କୁ ରୋକିବା ପାଇଁ ପ୍ରତିଦିନ ଅହରହ ସଂଘର୍ଷ କରୁଥିବା ଅଗାଧଡି କରୋନା ଯୋଦ୍ଧା ମାନେ ବର୍ତମାନ ଏତେ ପରିମାଣ ରେ ସଂକ୍ରମିତ ହେବା ନିଶ୍ଚିତ ଚିନ୍ତା ର ବିଷୟ ଅଟେ।ଅନ୍ୟ ସାତ ଜଣଙ୍କ ମଧ୍ୟ ରେ ୫ ଜଣ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଜଣେ ରାଜସ୍ୱ ନିରିକ୍ଷକ, ଓ ଜଣେ ଜି ଆର ଏସ ରହିଛନ୍ତି।ବର୍ତମାନ ସୋରଡା ରେ ମୋଟ ସଂକ୍ରମଣ ସଂଖ୍ୟା ୮୮ ରେ ପହଞ୍ଚିଛି। ସଂକ୍ରମଣ କୁ ରୋକିବା ପାଇଁ ସୋରଡା ରେ ଘର କୁ ଘର ବୁଲି ଟେଷ୍ଟିଙ୍ଗ ମଧ୍ୟ ହେଇଛି। ଆଜି ଗୋଟିଏ ଦିନ ରେ ୩୧୫ ଜଣ ଙ୍କ ଘରେ ମୋଟ ୧୩୯୭ ଜଣଙ୍କ ଟେଷ୍ଟିଙ୍ଗ ହେଇଛି। ଆଜି ଯାଏଁ ୨୧୦୨ ଘରେ ୯୦୪୬ ଜଣଙ୍କ ଟେଷ୍ଟିଙ୍ଗ ସରିଲାଣି। ଆଜି ର ଟେଷ୍ଟିଙ୍ଗ ରେ ପ୍ରାୟ ୨୬ ଜଣ ଙ୍କ କରୋନା ଲକ୍ଷଣ ଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ ଟେଷ୍ଟିଙ୍ଗ ପରେ ହିଁ କେତେ ନେଗେଟିବ ଓ କେତେ ପଜିଟିବ ଏହା ଜଣାପଡିବ। ଗତ କାଲି ଟେଷ୍ଟିଙ୍ଗ ରେ ୨୫ ରୁ ୨୬ ଜଣ ଙ୍କ ଲକ୍ଷଣ ଥିବା ବେଳେ ଆଜି ପୁଣିଥରେ ୨୬ ଜଣଙ୍କ ଲକ୍ଷଣ ଥିବା ଜଣାପଡିଛି। ଏତେ ପରିମାଣରେ ଲକ୍ଷଣ ଥିବା ଦେଖି ସହର ରେ ମଧ୍ୟ ଏକ ପ୍ରକାର ଭୟ ର ବାତାବରଣ କରୋନା କୁ ନେଇ ସୃଷ୍ଟି ହେଇଛି। ସହରବସି ଙ୍କ ପାଇଁ ଏହା ମଧ୍ୟ ଗୋଟେ ଭଲ ଖବର ଯେ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କ ମଧ୍ୟ ରେ ଅଧିକ ରୁ ଅଧିକ ନେଗେଟିବ ମଧ୍ୟ ଆସୁଛି। ୫ ଟି ଟିମ କରାଯାଇ ଏହି ଟେଷ୍ଟିଙ୍ଗ କରାଯିବା ପ୍ରକ୍ରିୟା ଚାଲୁରହିଛି।