ଗୋଟିଏ ପଞ୍ଜିକରଣ ନମ୍ବରରେ ଚାଲିଛି ୨ଟି ଗାଡି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସହରରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତି ମାନଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପୋଲିସ ପ୍ରଶାସନ ଏବଂ ପରିବହନ ବିଭାଗୀୟ କର୍ମଚାରୀଙ୍କ ଆଖିରେ ଧୂଳିଛାଟି ଅସାମାଜିକ ବ୍ୟକ୍ତି ବିଶେଷ ମାନେ ସେମାନଙ୍କ କଳା ସାମ୍ରାଜ୍ୟ ବିସ୍ତ।ର କରିବାରେ ଲାଗି ପଡ଼ିଛନ୍ତି । ଗୋଟିଏ ପଞ୍ଜିକରଣ ନମ୍ବରରେ ୨ଟି ଗାଡ଼ି ହିଞ୍ଜିଳି ଥାନା ଅଂଚଳରେ ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନଙ୍କ ନଜରରେ କିପରି ଆସି ପାରୁନାହିଁ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁୂ ପ୍ରତ୍ୟେହ ସନ୍ଧ୍ୟାରେ ସହରର ବିଭିନ୍ନ ଛକ ସ୍ଥାନରେ କାଗଜପତ୍ର ତନଖି କରାଯିବା ସହ ମଦ୍ୟପ ଚାଳକ ମାନଙ୍କୁ ଧରପଗଡ କରାଯାଇ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବା ସହ ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣପତ୍ରକୁ ମଧ୍ୟ ରଦ୍ଧ କରାଯାଇଛି । ଗତ୨ ମାସ ମଧ୍ୟରେ ହିଞ୍ଜିଳି ପୋଲିସ ପକ୍ଷରୁ ଧରପଗଡ଼ କରାଯାଇ ବିଭିନ୍ନ ମୋଟର ଚାଳକ ମାନଙ୍କ ଠାରୁ ପ୍ରାୟ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣପତ୍ର ରଦ୍ଧ କରାଯାଇଛି । ପରିତାପର ବିଷୟ ଗୋଟିଏ ପଞ୍ଜିକରଣ ନମ୍ବରରେ ଚାଲିଛି ୨ଟି ଗାଡ଼ି ଚାଲିଥିବା ବେଳେ ପୋଲିସ ପ୍ରଶାସନର କିପରି ନଜରରେ ଆସିପାରୁନାହିଁ, ଏ ନେଇ ସହରର ବୁଦ୍ଧିଜୀବି ମହଲରେ ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ପ୍ରକାଶ ଥାଉକି, ଓଡ଼ି୦୭ସି ୯୫୭୨ ପଞ୍ଜିକରଣ ନମ୍ବର ରହିଥିବା ଗୋଟିଏ ଟିଭିଏସ ଏକ୍ସଏଲ ରହିଥିବା ବେଳେ ସେହି ନମ୍ବର ବିଶିଷ୍ଟ ଏକ କମରସିଆଲ ଟାଟାଏସି ଗାଡ଼ି ରହିଛି । ଉକ୍ତ କମରସିଆଲ ଟାଟାଏସି ଗାଡ଼ି ଯୋଗେ ପ୍ରତ୍ୟେହ ଚୋରା ଜିନିଷ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ଉଠୁଛି । ବାସ୍ତବ କ୍ଷେତ୍ରରେ ଉକ୍ତ ପଞ୍ଜିକରଣ ନମ୍ବରଟି ଟିଭିଏସ ଏକ୍ସଏଲ ଗାଡ଼ି ନା କମରସିଆଲ ଟାଟାଏସି ଗାଡ଼ିର ନା ଉଭୟ ଗାଡ଼ିର ନମ୍ବର ଫେକ୍ ତାହା ବିରାଟ ପ୍ରଶ୍ନବାଚି । ଏ ଦିଗରେ ସ୍ଥାନୀୟ ପୋଲିସ ପ୍ରଶାସନ ଓ ପରିବହନ ବିଭାଗୀୟ ଅଧିକାରୀ ଦୃଷ୍ଟି କେବେ ପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ଯେଉଁ ବ୍ୟକ୍ତି ଏକା ପଞ୍ଜିକରଣ ନମ୍ବର ରହିଥିବା ଦୁଇଟି ଗାଡ଼ିକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ