ଗୋନାସିକା କେନ୍ଦୁଝର ମହୋତ୍ସବର ଚତୁର୍ଥ ସନ୍ଧ୍ୟା

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ବର୍ଷାରେ ବାଧାପ୍ରାପ୍ତ ହେବା ପରେ ଚତୁର୍ଥ ସନ୍ଧ୍ୟାରେ ଦୁଲୁକିଛି ଗୋନାସିକା କେନ୍ଦୁଝର ମହୋତ୍ସବର ମଞ୍ଚ। ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ଆସାମର କଳାକାର ମାନଙ୍କ ଦ୍ୱାରା ବିହୁ ନୃତ୍ୟ ଏବଂ ଗୁଜରାଟର କଳାକାର ମାନଙ୍କ ଦ୍ୱାରା ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ନୃତ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା ବେଳେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ତାକର୍ଷକ କଳାତ୍ମକ ନୃତ୍ୟ ସମୟରେ ଦର୍ଶକଙ୍କ ତାଳି ବନ୍ଦ ହେବାର ନାଁ ନେଇ ନଥିଲା । ଗୋନାସିକା ମହୋତ୍ସବର ପୂର୍ବ ବର୍ଷରୁ ଚାଲି ଆସୁଥିବା ପରମ୍ପରା ଅନୁଯାୟୀ କେନ୍ଦୁଝର ଜିଲ୍ଲାପରିଷଦର ମାନ୍ୟବର ସଭ୍ୟ ସଭ୍ୟା ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକପ୍ରତିନିଧି ହିସାବରେ ନିଜ ଅଂଚଳର ଉନ୍ନତି ଓ ଲୋକଙ୍କ ସେବାରେ ନିଜକୁ ନିରନ୍ତର ନିୟୋଜିତ କରି ରଖିଥିବାରୁ ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, ଶ୍ରୀମତୀ ଛଇଳବାଳା ନାୟକ, ଶ୍ରୀ କେଦାର ଚନ୍ଦ୍ର ପ୍ରଧାନ, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ଶ୍ରୀମତୀ ସୌଭାଗ୍ୟ ମଞ୍ଜରୀ ନାୟକ, ଶ୍ରୀମତୀ ରୁନୁ ମହାନ୍ତ, ଶ୍ରୀମତୀ ଶାନ୍ତିଲତା ରଣା, ଶ୍ରୀ ଅରୁଣ କୁମାର ବାରିକ, ଶ୍ରୀ ଶଶିକାନ୍ତ ଖିଲାର, ଶ୍ରୀ ଡମ୍ବରୁଧର କୁଦାଦା ଓ ଶ୍ରୀ ଲକ୍ଷ୍ମୀଧର କିଷାନଙ୍କୁ ସମ୍ମାନପୂର୍ଵକ ମଞ୍ଚ ଉପରକୁ ପାଛୋଟି ନିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥିସହ ଜାତୀୟସ୍ତରର ଏକ ଟିଭି ଚ୍ୟାନେଲର ଡ୍ୟାନ୍ସ ରିଏଲିଟି ସୋରେ ସଫଳତାପୂର୍ବକ ଫାଇନାଲରେ ପ୍ରତିଦ୍ବନ୍ଦିତା କରିଥିବା କେନ୍ଦୁଝରର ଝିଅ ସୁଶ୍ରୀ ଚିରଶ୍ରୀ ସାଗରିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାର ଅନ୍ତିମ ପର୍ଯ୍ୟାୟରେ ବଲିଉଡ଼ କଳାକାର ଶୁଭଦୀପ ଦାସ ଓ ଅନନ୍ୟା ପାଲଙ୍କ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବେଶ ଅମୋଦିତ କରିଥିଲା । ସୂଚନାଯୋଗ୍ୟ ଆସନ୍ତାକାଲି ଗୋନାସିକା କେନ୍ଦୁଝରର ଅନ୍ତିମ ସନ୍ଧ୍ୟା ଉଦଯାପନୀ ସମାରୋହରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ