ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଦିବସ ଅବସରରେ ସ୍ଥାନୀୟ ପୈାରସଂସ୍ଥା ଟାଉନହଲ ପରିସରରେ ଓଡିଶା ମୋ ପରିବାର ଓ ‘ସମାଜ’ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଶିବିରରେ ୩୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ନଗରପାଳ ସରିତା ସାହୁ, ସମାଜସେବୀ ମୂରଲୀଧର ସେଠୀ, ଅଧ୍ୟାପକ ଅଜୟ ରାଉତ, ବିଶିଷ୍ଟ ସମବାୟବୀତ ପ୍ରମୋଦ ସାହୁ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଭୀଷ୍ମ ମହାନ୍ତି, ମଧୁଛନ୍ଦା ମହାନ୍ତି, ଲିଲିତା ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । କାଉନସିଲର କାଳିପ୍ରସାଦ ମିଶ୍ର, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ମହେନ୍ଦ୍ର ମିଶ୍ର, ସୈାମେନ୍ଦ୍ର ପୃଷ୍ଟି, ମୀର ମୁର୍ଶିଦ୍ଦ, ସାମ୍ବାଦିକ ସୋମନାଥ ସାହୁ, ପରିକ୍ଷିତ ପାତ୍ର, ଚିତ୍ତରଞ୍ଜନ ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ