ବିଦ୍ୟୁତ ଆଘାତରେ ମୃତ୍ୟୁ : ସମବେଦନା ଜଣାଇଲେ ମନ୍ତ୍ରୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଲକ ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ୧୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମଧୂପଲ୍ଲୀ ଗ୍ରାମର କାହ୍ନୁ ଚରଣ ପ୍ରଧାନ ବିଦ୍ୟୁତ ଶକ୍ତି ସଂସ୍ପର୍ଶରେ ମୃତ୍ୟୁ ବରଣ କରିଥିଲେ । ନିର୍ବାଚନ ମଣ୍ଡଳୀକୁ ନିଜ ପରିବାର ଭାବେ ଚିନ୍ତା କରୁଥିବା ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସାହୁ ଏହି ଦୁର୍ଘଟଣା ଜନିତ ମୃତ୍ୟୁବରଣ ଖବର ଶୁଣି ମୃତକଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେଥିପାଇଁ ଜନସାଧାରଣ କହୁଛନ୍ତି ବିପତ୍ତି ସମୟର ବନ୍ଧୁ ହେଉଛନ୍ତି ଶ୍ରୀକାନ୍ତ ସାହୁ ।


