ଗୋପରେ ତିନିବଖରା ଘର ପୋଡିଗଲା
ହାଟଡ଼ିହି, : ଗୋପ ଗ୍ରାମରେ ଆଜି ସକାଳେ ତିନି ବଖରା ଘର ପୋଡିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇ ପାଉଁଶ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ମଳୟ ରଞ୍ଜନ ରାଉତଙ୍କ ଘରେ ମଶାଙ୍କ ପାଇଁ ଧୁଆ ଦିଆଯାଇଥିବାବେଳେ ସେହି ନିଆଁରୁ ତାଙ୍କର ଗୁହାଳଘରଟି ପଥମେ ଜଳି ଉଠିଥିଲା । ଚାହୁଁ ଚାହୁଁ ନିଆଁ ଅନ୍ୟ ଆଡକୁ ବ୍ୟାପି ତାଙ୍କର ଆଉ ଦୁଇବଖରା ଘର ସମେତ ଘରେଥିବା ବିଭିନ୍ନ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମବାସୀମାନେ ମିଳିତ ହୋଇ ପାଣିଢ଼ାଳି ନିଆଁକ ଆୟତ କରିଥିବାବେଳେ ହାଟଡିହି ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲେ ।