ଗୋପାଳପୁରରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ମାର୍ଟ ପାର୍କ

ବ୍ରହ୍ମପୁର,(ୱାଇଏନ୍‍ଏସ୍‍): ଗଞ୍ଜାମ ଜିଲ୍ଲାରେ ଦୁଇଗୋଟି ସ୍ମାର୍ଟ ପାର୍କ ରହିଥିବା ବେଳେ ଛତ୍ରପୁରରେ ଗୋଟିଏ ସ୍ମାର୍ଟପାର୍କ ଓ ବର୍ତମାନ ଗୋପାଳପୁର ପର୍ଯ୍ୟଟନସ୍ଥଳରେ ଏନ୍‍ଏସିର ୱାର୍ଡ ନମ୍ବର ୧ରେ ଦ୍ୱିତୀୟ ସ୍ମାର୍ଟ ପାର୍କଟି ପର୍ଯ୍ୟଟକ ତଥା ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଶୁକ୍ରବାର ଲୋକାର୍ପିତ ହୋଇଛି । ଏହି ପାର୍କଟିକୁ ପୂର୍ବରୁ ମାନ୍ୟବର ଖଣିଜ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉଦ୍‍ଘାଟନ କରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ପରେ ଏହାକୁ ଶୁକ୍ରବାର ଦିନ ଅନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଖୋଲା ଯାଇଛି । ପାର୍କରେ ଶିଶୁମାନଙ୍କ ପାଇଁ ବିଭିନ୍ନ କ୍ରିଡା ଉପକରଣ, ଭୁଲଭୁଲେୟାଁ ସହ ଅ।କର୍ଷଣୀୟ ବଗିଚା ଏବଂ ରେନ୍‍ଡ୍ୟାନ୍ସ ସୁବିଧା ସହ ଫୁଡ୍‍ ପାର୍କର ସୁବିଧା ରହିଛି । ଫୁଡ୍‍ ପାର୍କରେ ସୁଲଭ ମୂଲ୍ୟରେ ବହୁ ପ୍ରକାର ବ୍ୟଞ୍ଜନ ଉପଲବ୍ଧ ହେବା ସହ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇପାରିବେ ପର୍ଯ୍ୟଟକ ତଥା ଜନସାଧାରଣ । ଏଠାକୁ ବହୁ ପର୍ଯ୍ୟଟକଙ୍କ ଅ।ଗମନ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ଏନ୍‍ଏସି ଅଧ୍ୟକ୍ଷ ଏ.ଜାନକୀରାମ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କ ସମେତ ବହୁ କାଉନ୍‍ସିଲର ଉପସ୍ଥିତ ରହି ଅ।ନୁଷ୍ଠାନିକ ଭାବେ ନଡିଅ। ବାଡେଇ ପାର୍କଟିକୁ ଲୋକାର୍ପିତ କରିଥିଲେ । ଏଥି ସହ ନିର୍ବାହୀ ଅଧିକାରୀ ଶ୍ରୀ ପାଢୀ ପ୍ରଥମ ବ୍ୟକ୍ତି ଭାବେ ଟିକଟ କାଉଣ୍ଟରରୁ ଟିକଟ କାଟି ପାର୍କ ମଧ୍ୟକୁ ପରିଦର୍ଶନରେ ଯାଇଥିବା ବେଳେ ଅଧ୍ୟକ୍ଷ ଏ. ଜାନକୀରାମ ଓ କାଉନ୍‍ସିଲରମାନେ ମଧ୍ୟ ଟିକଟ୍‍ କାଟି ପାର୍କ ବୁଲିଥିଲେ । ଏହି ଅବସରରେ ପାର୍କକୁ ଲିଜ ସୂତ୍ରରେ ନେଇଥିବା ଶ୍ରୀ କୃଷ୍ଣ କେଶବ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଏଠାରେ ବିଭିନ୍ନ ପ୍ରକାରର ନୂତନ ଭାବେ କ୍ରିଡା ସରଞ୍ଜାମ ସଂଯୋଗ କରାଯିବା ସହ ଅଧିକ ପର୍ଯ୍ୟଟକଙ୍କୁ କିପରି ଅ।କୃଷ୍ଟ କରାଯିବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ କହିଥିଲେ । ଏହା ସହ ଏଠାରେ ଅତ୍ୟାଧୁନିକ ଶୌଚାଳୟ ସହ ଗାଧୋଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଉପଲବ୍ଧ ରହିଛି । ଗୋପାଳପୁର ବୁଲିବାକୁ ଅ।ସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ବଡ ଉପଲବ୍ଧି ହେବ କାରଣ ଗୋପାଳପୁର ସି-ବିଚ୍‍ ବୁଲିବା ସହ ସ୍ମାର୍ଟ ପାର୍କ ପର୍ଯ୍ୟଠକଙ୍କୁ ଏକ ସୁଖଦପୂର୍ଣ୍ଣ ମହୂର୍ତ୍ତ ଯୋଗାଇଦେବ । ଏହି ସ୍ମାଟ ପାର୍କରେ ପ୍ରତିଟି କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅ।କୃଷ୍ଟ କଲା ଭଳି ସାମଗ୍ରୀ ଓ ଛୋଟ ପିଲାଙ୍କୁ ଅ।ନନ୍ଦ ଦେବା ଭଳି ଖେଳ ସାମଗ୍ରୀ ଖଚିତ ହୋଇ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ