ଗୋପାଳପୁର ସିଟି ବସ୍ ସେବା ଅବ୍ୟବସ୍ଥା
ଗୋପାଳପୁର, (ରମେଶ କୁମାର ସାହୁ):ଗୋପାଳପୁରର ବର୍ତ୍ତମାନର ସିଟି ବସ୍ ବ୍ୟବସ୍ଥାକୁ ଦେଖିଲେ ୨୦୧୪ ମସିହାର ପୁନରାବୃତ୍ତି ହେଲାପରି ମନେ ହେଉଛି। ଗୋପାଳପୁର ଏକ ଦକ୍ଷିଣ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ପ୍ରତିଦିନ ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି ହେଲା ପର୍ଯ୍ୟଟକଙ୍କ ଯାତାୟତ ନିମନ୍ତେ ୧୬ ଫେବୃଆରୀ ୨୦୧୪ରେ ଛତ୍ରପୁର ଠାରେ ଇ- ଉଦଘାଟିତ ହୋଇ ଗୋପାଳପୁର ବ୍ରହ୍ମପୁର ସିଟି ବସ୍ ସେବା ଆରମ୍ଭ ହୋଇଥିଲା। ଏହା ପୁର୍ବରୁ ମହେନ୍ଦ୍ରା ମିନି ବସ୍ ରେ ଗୋପାଳପୁର, ବ୍ରହ୍ମପୁର ଅତି କଦର୍ଯ୍ୟ ବିପଦ ସଙ୍କୁଳ ପରିସ୍ଥିତି ଯାତାୟତ ଲୋକେ ହେଉଥିଲେ । ହେଲେ ଦୀର୍ଘ ଦିନ ହେଲା ଉକ୍ତ ସିଟି ବସ୍ ବ୍ୟବସ୍ଥାରେ ଯାତାୟତ ଟିକଟ ଦରବୃଦ୍ଧି ବ୍ରହ୍ମପୁର, ଗୋପାଳପୁର ମଧ୍ୟରେ ୧୫ କିଲୋମିଟରକୁ ୨୫ ଟଙ୍କା ଆଦାୟ କରାଜିବା ଠାରୁ ରାସ୍ତାର ସମୟ ସୀମା ୧୫ କିଲୋମିଟରକୁ ୧ ଘଣ୍ଟାରୁ ଦେଡଘଣ୍ଟା ସମୟ ଲାଗୁଥିବା ଏବଂ ବସ୍ ର କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ଭର୍ତ୍ତି କରି ନେଉଥିବାପରି ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ପ୍ରତିଦିନ ବାଇକ୍ ରେ ୩ ଜଣ ବସି ଜାଉଥିବା ଯାତ୍ରୀଙ୍କୁ ଧରି ସେମାନଙ୍କ ଠାରୁ ହଜାର ହଜାର ଟଙ୍କା ଜରିମାନା ପୋଲିସ ଆୟ କରୁଛି ହେଲେ ସିଟି ବସ୍ କ୍ଷମତା ଠାରୁ ମାତ୍ରାଧିକ ଲୋକଙ୍କୁ ନେଇ ଜାଉଥିବା ଦେଖିବା ମିଳୁଥିବା ବେଳେ ବାଇକ୍ ଚାଳକ ଓ ସିଟି ବସ୍ ଚାଳକଙ୍କ ପାଇଁ କଣ ନିୟମ ଅଲଗା କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


