ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବେ କୁସୁମୀ ଆଦର୍ଶ ବିଦ୍ୟାଳୟର ତେଜସ୍ଵୀନି
କୁକୁଡ଼ାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଆସନ୍ତା ଜାନୁଆରୀ ୩ ରୁ ୮ ତାରିଖ ଯାଏଁ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୬୭ତମ ଜାତୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି କୁକୁଡ଼ାଖଣ୍ଡି ବ୍ଲକ୍ କୁସୁମୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ତେଜସ୍ଵୀନି ରାଉତ। ପାଣ୍ଡିଆଝୋଳୀ ଗ୍ରାମର ଚାଷୀ ଶ୍ରୀ ସୁଧିର ରାଉତଙ୍କ ଝିଅ ତେଜସ୍ଵୀନି ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ତେଜସ୍ଵୀନୀ ପାଣ୍ଡିଆଝୋଳି ଗ୍ରାମର ପ୍ରଥମ ଝିଅ ଅଟନ୍ତି ଯିଏକି ଜାତୀୟସ୍ତରୀୟ କ୍ରୀଡାରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି । ଜାତୀୟ ସ୍ତରରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥୀ ସ୍ୱାଇଁ, ଆଦର୍ଶ ବିଦ୍ୟାଳୟ କୁସୁମୀର ଶାରୀରିକ ଶିକ୍ଷା ଶିକ୍ଷକ ମଧୁସୂଦନ ମିଶ୍ର, ଭାରାପ୍ରାପ୍ତ ଅଧ୍ୟକ୍ଷ ଜଗନ୍ନାଥ ମହାରଣା ଆଶା ପ୍ରକାଶ କରିଛନ୍ତି।


