ଗୋପିନାଥପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ଠାରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ଆୟୋଜନ ତଥା ଲୋକଶକ୍ତି ଓ ଜଗତଜ୍ୟୋତି ମହିଳା ମହାସଂଘର ସହଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ନାରୀନେତ୍ରୀ ଜୟନ୍ତୀ କଟୁଆଳ, ସରୋଜିନୀ ସାହୁ, ସୁଜାତା ଜେନା, ମମତା ମହାପାତ୍ର, ତନ୍ମୟୀ ଦାସ, ସସ୍ମିତା ପେରେଇ, ପାର୍ବତୀ ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ବିରୋଧି, ଘରୋଇ ହିଂସା ଓ ମହିଳା ସଶକ୍ତି କରଣ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ଏହି ର‌୍ୟାଲିକୁ ସରପଞ୍ଚ ସବିତାରାଣୀ ନାୟକ ଉଦ୍‌ଘାଟନ କରିଥିଲେ । ପରେ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ସଂପାଦକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସରପଞ୍ଚ ସବିତାରାଣୀ ନାୟକ ଯୋଗ ଦେଇ ମହିଳା ମାନେ ଆର୍ଥିକ କାର୍ଯ୍ୟକ୍ରମ ସହିତ ସମସ୍ତ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ସଂପାଦକ ଯୋଗ ଦେଇ କେବଳ ଆର୍ଥିକ କାର୍ଯ୍ୟରେ ସୀମିତ ନରହି ମହାସଂଘର ଗୌରବ ବଜାଇ ରଖିବା ପାଇଁ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଜଗତଜ୍ୟୋତି ମହିଳା ମହାସଂଘର ପ୍ରତିଷ୍ଠାତା ସଭ୍ୟ ଜୟନ୍ତୀ କଟୁଆଳ, ମମତା ମହାପାତ୍ର, ପାର୍ବତୀ ଜେନା, ସରୋଜିନୀ ସାହୁ, ସୁଜାତା ଜେନା, ଡଲ୍ଲି ଜେନା ଯୋଗ ଦେଇ ମହାସଂଘର ବିଭିନ୍ନ ସାମାଜିକ, ଆର୍ଥିକ ଏବଂ ନ୍ୟାୟିକ କାର୍ଯ୍ୟାବଳି ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱେଚ୍ଛାସେବୀ ରାଜେଶ ଦାଶ, ମିନତୀ ମହାପାତ୍ର, ସୁବର୍ଣ୍ଣ ଦାଶ, ତୁଳସୀ ପଣ୍ଡା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ