ଗୋବରୀ ନଦୀ ସେତୁ ଭୁଷୁଡିବା ଘଟଣାରେ ୩ ବିଭାଗୀୟ ଯନ୍ତ୍ରୀ ନିଲମ୍ବିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗୋବରୀ ନଦୀ ଉପରେ ନିର୍ମାଣାଧିନ ସେତୁର ଗାର୍ଡର ଭାଙ୍ଗି ପଡିବା ଘଟଣାରେ ରାଜ୍ୟ ସରକାର ୩ଜଣ ବିଭାଗୀୟ ଯନ୍ତ୍ରୀଙ୍କୁ ନିଳମ୍ବିତ କରିଛନ୍ତି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଏହାର ଉଚ୍ଚସ୍ତରୀୟ ଦତନ୍ତ ଦାବି କରିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭାରେ ହଙ୍ଗାମା କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ତେଣୁ ଉଚ୍ଚସ୍ତରୀୟ ବୈଷୟିକ କମିଟି କେନ୍ଦ୍ରାପଡା ଆସି ଗୋବରୀ ନଦୀବନ୍ଧ ଉପରେ ନିର୍ମାଣାଧିନ ସେତୁ ଭୂଷୁଡି ପଡିବା ଘଟଣାର ଅନୁଧ୍ୟାନ କରିଥିଲେ । ଏହି କମିଟିରେ ବିଶ୍ୱ ବ୍ୟାଙ୍କର ପ୍ରକଳ୍ପ ମୂଖ୍ୟଯନ୍ତ୍ରୀ ଦୁର୍ଗା ମହାପାତ୍ର, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଡଃ. ଏନ.ସି ପାଲ୍ ପ୍ରମୁଖଙ୍କ ସମେତ ଅନ୍ୟ ଯନ୍ତ୍ରୀମାନେ ଘଟଣାସ୍ଥଳକୁ ଆସି କେଉଁ ପରିସ୍ଥିତିରେ ସେତୁର ଗାର୍ଡରଟି ଭୂଷୁଡି ପଡିଲା ସେ ସମ୍ପର୍କରେ ତଦାରଖ କରିଥିଲେ । ସେମାନେ ଭାଙ୍ଗିଯାଇଥିବା ସେତୁର ବିଭିନ୍ନ କଂକ୍ରିଟ ଅଂଶକୁ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଯାଇଥିଲେ । ଏହି ସେତୁ ତଦାରଖ ଦାୟିତ୍ୱରେ ଥିବା କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ସେମାନେ ପଚାରି ବୁଝିଥିଲେ । ଅତି ନିମ୍ନମାନର କାମ ହେତୁ ପରବର୍ତ୍ତି ସମୟରେ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ଗତ ସପ୍ତାହରେ ପୂର୍ତ୍ତ ଡିଭିଜନର ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । କିନ୍ତୁ ଗତକାଲି ରାଜ୍ୟସରକାର ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ମାଝି ଏବଂ ସହାକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ନିଲମ୍ବିତ ହେବାପରେ । ଡିଭିଜନ ୨ର ନିର୍ବାହୀ ଯନ୍ତ୍ରୀ ସରୋଜ ନାୟକ ଉଭୟ ଡିଭିଜନ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ