ଗୋରୁମହିଷାଣୀ ଥାନା ଆନୁକୁଲ୍ୟରେ ୭୫ ୟୁନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ ): କରୋନା ମହାମାରୀ ସଂକ୍ରମଣ ହୁଏ ହୁ ହୋଇ ବୃଦ୍ଧି ପାଉଛି ।ଯାହାର ପ୍ରତିକୂଳ ପ୍ରଭାବ ସମାଜରେ ଦେଖା ଦେଇଛି ।ଲୋକେ ସଚେତନ ହୋଇ ଆବଶ୍ୟକତା ଠାରୁ ଅଧିକ ଘରୁ ବାହାରକୁ ଯାଉ ନାହାନ୍ତି ।କରୋନା ସଂକ୍ରମଣ ଭୟରେ ଲୋକେ ଡାକ୍ତରଖାନା ପିଣ୍ଡା ମାଡୁ ନାହାନ୍ତି । ଏହିଭଳି ଜାତୀୟ ବିପର୍ୟ୍ୟୟ ସମୟରେ ଡାକ୍ତରଖାନା ମାନଙ୍କରେ ରକ୍ତ ସଂକଟ ଦେଖାଦେଇଛି ।ସବୁ ଡାକ୍ତରଖାନା ମାନଙ୍କରେ ପ୍ରସୂତି ମହିଳା, ଥାଲାସେମିଆ ରୋଗୀ, ଦୁର୍ଘଟଣା ଶିକାର ପିଡିତ, ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ମାନେ ରକ୍ତ ପାଇଁ ଡହଳ ବିକଳ ହେଉଛନ୍ତି ।ଏହି ସବୁକୁ ଉପଲବ୍ଧ କରି ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ପକ୍ଷରୁ ଶୁକ୍ରବାର ଦିନ ଏକ ମେଗା ରକ୍ତଦାନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ,ଅନ୍ୟତମ ଅତିଥି ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ,କୁଲେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ, ସମାଜସେବୀ ଲକ୍ଷ୍ମଣ ଟୁଡୁ, ନେହେରୁ ଯୁବ କେନ୍ଦ୍ର କୋଅର୍ଡିନେଟର ତୁଷାର କାନ୍ତ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ କାର୍ୟ୍ୟକ୍ରମର ଶୁଭାରମ୍ଭ ଉଦଘାଟନ ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଗୋରୁମହିଷାଣୀ ଲୌହ ଖଣି ଅଂଚଳର ୭୫ ଜଣ ସ୍ବେଛାକୃତ ରକ୍ତ ଦାତା ସେମାନଙ୍କ କିଛି ରକ୍ତ କେତେ ଅମୁଲ୍ୟ ଜୀବନ ବଂଚାଇବାରେ ସାହାଯ୍ୟ କରିବ ମହତ ଭାବନା ନେଇ ଉତ୍ସର୍ଗୀକୃତ ମନୋଭାବରେ ରକ୍ତ ଦାନ କରିଥିଲେ । ଏଥିରେ ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ଏହି ବିଶାଳ ରକ୍ତଦାନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହିଭଳି ରେକର୍ଡ ପରିମାଣ ରକ୍ତ ସଂଗ୍ରହ ସୂଚନା ଦେଉଛି କି ଏକ ସିମାନ୍ତ ଅଂଚଳରେ ଛୋଟିଆ ଥାନାରେ ରହି ଥାନା ଅଧିକାରୀଙ୍କ ଜନସଂପର୍କ କେତେ ଅଛି ପ୍ରମାଣିତ ହୋଇଛି । କାର୍ୟ୍ୟକ୍ରମ ରେ ଥାନା କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ପୋଲିସ ଯେ କେବଳ କରୋନା ଯୋଦ୍ଧା ହୋଇ ରକ୍ଷକ ଭାବେ ଜନସାଧାରଣଙ୍କ ଜୀବନ ସୁରକ୍ଷା ଦେଉଛି ତାହା ନୁହଁ ସାମାଜିକ କ୍ଷେତ୍ରରେ ମଧ୍ୟ ଭାଗିଦାରୀ ହୋଇ ରକ୍ତ ପାଇଁ ଡହଳ ବିକଳ ଓ ମୃତ୍ୟୁ ମୁଖରେ ପଡୁଥିବା ରୋଗୀମାନଙ୍କର ଅମୂଲ୍ୟ ଜୀବନ ରକ୍ଷା ପାଇଁ ରକ୍ତଦାନ ଭଳି ମହତ କାର୍ୟ୍ୟକ୍ରମରେ ନିଜକୁ ଉତ୍ସର୍ଗୀକୃତ କରୁଛି । ଗୋରୁମହିଷାଣୀ ଥାନା ଅଧିକାରୀଙ୍କ ଏଭଳି ଜନ କଲ୍ୟାଣ କାର୍ୟ୍ୟକ୍ରମକୁ ସାଧାରଣରେ ସାଧୁବାଦ ଜଣାଯାଇଛି । ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଗୋଟିଏ ଛୋଟିଆ ଆଦିବାସୀ ଅଂଚଳରେ ଏକ ମେଗା ରକ୍ତଦାନ କାର୍ୟ୍ୟକ୍ରମ ଅନ୍ୟ ସବୁ ବଡ଼ ବଡ ଅନୁଷ୍ଠାନକୁ ପଛରେ ପକାଇ ରେକର୍ଡ ପରିମାଣ ରକ୍ତଦାନ ସଂଗ୍ରହ ସୃଷ୍ଟି କରିବା ଏକ ଜୋଜୁଲ୍ୟମାନ ଉଦାହରଣ ସୃଷ୍ଟି କରିଛି ।


