ଭଞ୍ଜନଗର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭଞ୍ଜନଗର ସ୍ୱତନ୍ତ୍ର ଏ. ଡି. ଏମ ଶ୍ରୀ ଵିଶାଲ ସିଂ ସାମ୍ବାଦିକ ସମ୍ମିଳନୀ ରେ ଜଣେଇଛନ୍ତି  କରୋନା ସଂକ୍ରମଣ ଉପଖଣ୍ଡରେ କମିବାରେ ଲାଗିଛି ,ଏଥିପାଇଁ ସେ ଜନସାଧାରଣ ପ୍ରଶାସନକୁ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣେଇଛନ୍ତି ଏଵଂ ଆଗକୁ ମଧ୍ୟ ଏମିତି ସହଯୋଗ କରିବାକୁ ଜନସାଧାରଙ୍କୁ ଅନୁରୋଧ କରିଛନ୍ତି |ଦୋକାନୀ ମାନେ ସଚେତନ ହେଉଥିବା ଯୋଗୁଁ ସଂକ୍ରମଣ ହ୍ରାସ ପାଉଛି ଚଳିତ ମାସରେ ମଧ୍ୟ ଲକ ଡାଉନ ଏଵଂ ସଟ ଡାଉନ କଡା କଡ଼ି ପାଳନ ହେବ ବୋଲି ଏ. ଡି. ଏମ କହିଛନ୍ତି | ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ ସକାଳ ୫ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି ଏଵଂ ୪ ଟା ଠାରୁ ପରବର୍ତୀ ଦିନ ସକାଳ ୫ ଘଟିକା ପର‌୍ୟ୍ୟନ୍ତ ରାତ୍ରି କଫ୍ୟୁ ସମସ୍ତ ଜନସାଧାରଣ ମାନିବାକୁ କହିଛନ୍ତି | ଦୋକାନ ଗୁଡିକ ପଞ୍ଚ ସୂତ୍ର ପାଳନ କରିବେ ନଚେତ ଦୋକାନୀ ଜୋରିମାନା ସହ ସିଲ କରାଯିବ , ସପ୍ତାହିକ ସଟ ଡାଉନ ଚଳିତ ମାସ ୩୧ ପର‌୍ୟ୍ୟନ୍ତ ବଳ ବତ୍ତର ରହିବ  ପ୍ରତ୍ୟେକ ଜନସାଧାରଣ ମାସ୍କ ପିନ୍ଧିବେ , ନଚେତ ଜୋରିମାନା ଗଣିବେ  କୌଣସି ବି ବ୍ୟକ୍ତି ରୁମାଲ କିମ୍ବା ଗାମୁଛା ବ୍ୟବହାର କରିବେ ନାହିଁ , ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ|ଉପଖଣ୍ଡରେ ଏଯାବତ ୩୩୨୯ ପଜିଟିଭ କେଶ ରହିଛି, ସୁସ୍ଥ ସଂଖ୍ୟା ୨୮୦୮, ସକ୍ରିୟ ଅଛନ୍ତି ୪୬୩ ଜଣ, ମୃତ୍ୟୁ ବରଣ କରିଛନ୍ତି ୫୮ ଜଣ|ଭଞ୍ଜନଗର ଉପଖଣ୍ଡ ପାଇଁ ବହୁତ ଶୀଘ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି | ଯାହାଫଳରେ କି ଉପଖଣ୍ଡ ବାସୀ ଉପକୃତ ହେବେ, ଶେଷରେ ଭଞ୍ଜନଗର ସ୍ୱତନ୍ତ୍ର ଏ. ଡି. ଏମ ଶ୍ରୀ ଵିଶାଲ ସିଂ ସରକାରଙ୍କ କୋଭିଡ ନିୟମ ପାଳନ କରି ପ୍ରଶାସନକୁ ସହାୟତା ସହ କରୋନା ମୁକ୍ତ ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ