ଗୋରେଖ ନାଥ ମନ୍ଦିର ହୁଣ୍ଡି ବାକ୍ସ ଭାଙ୍ଗିଲେ ଦୁର୍ବୁତ
ଜଗତସିଂହପୁର, (ଅନସୂୟା ରାଉତ) :-ଗତ ରାତିରେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଗୋରେଖନାଥ ପୀଠର ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୁତ ମାନେ ଲକ୍ଷ ଲକ୍ଷ ଟଙ୍କା ଚୋରାଇ ନେଇଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମାନଙ୍କ ମଧ୍ୟରେ ଗୋରେଖନାଥ ପୀଠ ଅନ୍ୟ ତମ ଅଟେ। ପ୍ରତିଦିନ ହଜାର ହଜାର ଭକ୍ତ ଗୋରେଖନାଥ ପୀଠ ବୁଲି ଯାଆନ୍ତି । ଭକ୍ତ ମାନେ ନିଜ ନିଜ ମାନସିକ ରଖିଥାନ୍ତି । ଗୋରଖନାଥ ଠାକୁରଙ୍କ କୃପା ଲାଭ କରନ୍ତି । ବିଶେଷ କରି ସର୍ପ ଦଂଶନ ପାଇଁ ଗୋରେଖନାଥ ପ୍ରସିଦ୍ଧ ଅଟନ୍ତି । ଗତ ରାତିରେ କେହି ଦୁର୍ବୁତ ଠାକୁରଙ୍କ ମନ୍ଦିର ହୁଣ୍ଡି ବାକ୍ସ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଚୋରାଇ ନେଇଥିବା ଜଣାପଡିଛି । ପୋଲିସ ଅଭିଯୋଗ ପାଇ ତଦନ୍ତ ଚଳାଇଛି । ନିଶାଡି ମାନେ ଏପରି କାର୍ଯ୍ୟ କରିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଯଥାଶୀଘ୍ର ମନ୍ଦିର ପରିସରରେ ସିସି କ୍ୟାମେରା ଲଗାଇବା ପାଇଁ ବୁଦ୍ଧିଜୀବିମାନେ ମତ ରଖିଛନ୍ତି ।