ଗୋଲାପଡା ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ ଓଜନରେ ଠକେଇ ଅଭିଯୋଗ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ପରିସ୍ଥିତିକୁ ଆଖିଆଗରେ ରଖି ସରକାର ରାସନ କାର୍ଡହିତାଧିକାରି ମାନଙ୍କୁ ୩ମାସର ରାସନ ଦେବାକୁ ଘୋଷଣା କରିଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖାଦେଇଛି,ଗୋଲାପଡା ପଞ୍ଚାୟତ ଗୋଦାମ ରେ। ଦିର୍ଘଦିନ ଧରି ଚାଉଳ ବିକ୍ରିବେଳେ କମ୍ ଓଜନ ଚାଉଳ ପାଉଥିବା ଅଭିଯୋଗହୋଇ ଆସୁଛି। ଗତକାଲି ଚାଉଳ ବଣ୍ଟନ ବେଳେ ହିତାଧିକାରି ମାନେ ବଣ୍ଟନ କେନ୍ଦ୍ରରେ ପାଟିତୁଣ୍ଡ ହୋଇଥିଲା ।ଗତକାଲି ରାତିରେ ସେହି ଓଜନ ଯନ୍ତ୍ରକୁ ବଦଳାଇବା ପାଇଁ ଗୋଦାମ ଗୃହ ଖୋଲି ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ନିଯୁକ୍ତ କର୍ମଚାରି ମାନଙ୍କୁ ଅଟକ ରଖି ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି ସେହି ଓଜନ ଯନ୍ତ୍ରକୁ ଜବତ କରିଛି। ଗ୍ରାମ ବାସୀଙ୍କ ଅଭିଯୋଗ ଗ୍ରାମ ବାସୀ ଏହିପ୍ରକାର ଦୁର୍ଣ୍ଣିତି କରୁଥିବା ସମ୍ପୃକ୍ତ ଅପରାଧି ମାନଙ୍କୁ କାହିଁ କି ଗିରଫ କରାଗଲା ନାହିଁ ।ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ଗତ ଶୁକ୍ରବାର ରାତିରେ ଭଞ୍ଜନଗର ଥାନା ରେ ଏକ ଏତଲା ଦିଆଯାଇଥିଲା। ପୁଲିସର କାର୍ଯ୍ୟ ପ୍ରତି ସଂଦେହ ହେବାରୁ ବ୍ଳକ ବିଡ଼ିଓ ଓ ଉପଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି ।ରାତିରେ ପଂଚାୟତ ଖୋଲି ଥିବା ବ୍ୟକ୍ତି ।ଗତ ଶୁକ୍ରବାର ରାତିରେ ନିର୍ବିହୀ ଅଧିକାରୀ ପଞ୍ଚାୟତ ନିକଟରୁ ନିଜ ବାଇକ ଛାଡି ଦଉଡିବା ଘଟଣା ପଂଚାୟତ ବାସୀ ଙ୍କ ସନ୍ଦେହ କୁ ବୃଦ୍ଧି କରିଛି । ଏପଟେ ନିର୍ବାହୀଅଧିକାରୀ ଙ୍କ ବାଇକକୁ ପୁଲିସ ଉପସ୍ଥିତ ରେ ଗାଁ କୋଠଘରେ ରଖାଯାଉଛି । ଏ ସଂପର୍କରେ କୈଣସି ପ୍ରଶାସନିକ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାର ରହିଲା ଆଗକୁ ଘଟଣା କେଉଁ ମୋଡ ନେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ