ଗୋଲିଆରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଅଟୋ,ବାଇକ ଭଙ୍ଗାରୁଜା
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପାଞ୍ଚ ଜଣ ଅଟକ ଥିବା ଜଣା ପଡ଼ିଛି। ଗୋଲିଆ ନିକଟସ୍ଥ ଶତୃସୋଲ ଗ୍ରାମର କେନାଲ ନିକଟରେ ଚୋରା ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ବୁଗୁଡା ଅବକାରୀ ବିଭାଗ ଚଢ଼ାଉ କରି ୯୬୦ ଲିଟର ପୋଚ ନଷ୍ଟ କରିବା ସହ ୩୫ ଲିଟର ଗଚ୍ଛିତ ଚୋରା ଦେଶୀ ମଦ ଜବତ କରିଥଲେ ମଧ୍ୟ କାହାକୁ ଗିରଫ କରି ପାରିନଥିଲେ। ଏହି ମଦ ଜବତ ପରେ ଗୋଲିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ଘରର ରେଲିଙ୍ଗ ଓ ଫୁଲ କୁଣ୍ଡ ଭଙ୍ଗାରୁଜା ହେବା ସହ ଗୋଟିଏ ଅଟୋ ଓ ବାଇକ ଭଙ୍ଗାରୁଜା ହୋଇଥିବା ଦେଖଗିବାକୁ ମିଳିଥିଲା। ଖବର ପାଇ ବୁଗୁଡା ପୋଲିସ ଫୋର୍ସ ଗୋଲିଆରେ ମୁତୟନ ରହିଥିବା ବେଳେ ଅବସ୍ଥା ଆୟତାଧିନ ଥିବା ବବଳେ ବୁଗୁଡା ଥାନାରେ କେଶ ନଂ ୧୯୨/୨୦ ଓ ୧୯୩/୨୦ ପ୍ରକାରେ ଦୁଇଟି ମାମଲା ରୁଜୁ ହୋଇ ପୋଲସ ୫ ଜଣଙ୍କୁ ଅଟକ ରଖି ଅନୁସନ୍ଧାନ ଜାରି ରଖାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।


