ଗୋଷାଣୀ ବ୍ଲକରେ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ତଥା ପାରଳାଖେମୁଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବେ ନୀଳ ମାଧବ ମାଝୀ ଦାୟିତ୍ୱ ଗ୍ରହଣ କରିଥିବାର ଜଣାପଡିଛି । ଏଥିପୂର୍ବରୁ ଶ୍ରୀ ମାଝୀ ରାୟଗଡା ଜିଲ୍ଲା ପଦ୍ମପୁର ଠାରେ ତହସିଲଦାର ଭାବେ ନିଜର କାର୍ଯ୍ୟଭାର ତୁଲାଇ ଆସୁଥିଲେ । ଗୋଷାଣୀ ବ୍ଲକର ବିଡିଓ ଭାବେ ଦାୟିତ୍ୱ ତୁଲାଇବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସମସ୍ତ ପଞ୍ଚାୟତର ଗ୍ରାମବାସୀ ତଥା ଜନସାଧାରଙ୍କ ସହ ମିଳିମିଶି କାର୍ଯ୍ୟ କରିବା ଉପରେ ପ୍ରାଥମିକତା ଦେବି । ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ଥିବା ଗୋଷାଣୀ ବିଡିଓ କିଶୋରଚନ୍ଦ୍ର ଦାସ ଗଜପତି ଜିଲ୍ଲା ମୋହନା ତହସିଲଦାର ଭାବେ ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ବଦଳି ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ