ଗୋଷାଣୀ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ଋଣମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ବିଭାଗର ପ୍ରବନ୍ଧକ କିଶୋରଚନ୍ଦ୍ର ନାଇକ, ଗୋଷାଣୀ ବିଡିଓ ନୀଳମାଧବ ମାଝୀ, ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ପ୍ରିୟମ୍ବଦା ବିଶୋୟୀ ପ୍ରମୁଖ ଯୋଗଦେଇଥିଲେ । ଏହି ଋଣ ମେଳାରେ ବ୍ଲକର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଉପସ୍ଥିତ ଥିବା ବେଳେ ବ୍ୟାଙ୍କ ଦ୍ୱାରା କିପରି ଋଣ ପ୍ରଦାନ କରାଯାଇଥାଏ, ଆତ୍ମନିର୍ଭରଶୀଳ କିପରି ଭାବେ ହୋଇପାରିବେ ଏବଂ ଋଣ କିପରି ପୈଠ କରିବେ ଆଦି ସମ୍ପର୍କେ ବିସ୍ତୃତ ଭାବେ ବୁଝାଇଥିଲେ । ପରେ ବିଭିନ୍ନ ଏସ୍‌ଏଚ୍‌ଜି ମାନଙ୍କୁ ମୋଟ ୧କୋଟି ୮୦ଲକ୍ଷ ୬୦ ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ ମଞ୍ଚାସୀନ ଅତିଥିମାନେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକ ବିପିଏମ୍ ମମତା ରାଉଳଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ, ମହିଳା ଗ୍ରୁପର ସିଆର୍‌ପି ଓ ଏମ୍‌ବିକେମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ