ନିତ୍ୟାନନ୍ଦ ପାଠାଗାରର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଶ୍ରୀକରଣ ସାହି ଠାରେ ଥିବା ନିତ୍ୟାନନ୍ଦ ପାଠାଗାରର ବାର୍ଷିକ ଉତ୍ସବ ନିରାଡମ୍ବରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୌରହରି ପଟ୍ଟନାୟକଙ୍କ ସବାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଡ.ଭୂବନେଶ୍ୱର ପଟ୍ଟନାୟକ, ରବିନାରାୟଣ ଚୌଧୁରୀ, କୌଳାସ ପଟ୍ଟନାୟକ, ମଲ୍ଲିକାର୍ଜୁନ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ହରିଶ୍ଚନ୍ଦ୍ର ପାତ୍ର, ସଦାନନ୍ଦ ପଟ୍ଟନାୟକ, ରବିନ୍ ପଟ୍ଟନାୟକ ଓ ବାବାଜି ବେହେରା ପ୍ରମୁଖ ଯୋଗଦେଇ ପାଠାଗାରର ସ୍ଥାପନର ଉଦ୍ଦେଶ୍ୟ ଓ ଉପକାରିତା ଏବଂ ସାମାଜିକ ସଂସ୍କାର ଉପରେ ଆଲୋକପାତ କରିଥିଲେ ।


