ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ମୁଣ୍ଡମରାଇ ଦଳ ୫ ୱିକେଟରେ ବିଜୟୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଗୁରୁବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଅଷ୍ଟମ ଦିବସ ଗ୍ୟାଲେକ୍ସି ଇଲେଭେନ କ୍ରିକେଟ କ୍ଳବ, ମୁଣ୍ଡମରାଇ ଓ ପାନାସୋନିକ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ମୁଣ୍ଡମରାଇ ଦଳ ବ୍ୟାଟିଂ ପାଇଁ ଆସିକା ଦଳକୁ ନିମନ୍ତ୍ରିତ କରିଥିଲା । ଆସିକା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ମୁଣ୍ଡମରାଇ ଦଳ ୧୩.୩ ଓଭରରେ ୫ ଗୋଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଫଳରେ ଗ୍ୟାଲେକ୍ସି ଇଲେଭେନ କ୍ରିକେଟ କ୍ଳବ ମୁଣ୍ଡମରାଇ ଦଳ ୫ ୱିକେଟରେ ବିଜୟ ଲାଭ କରିଥିଲା । ମୁଣ୍ଡମରାଇ ଦଳର ଆଲୋକ ୧୫ ବଲରୁ ଧୂଆଁଧାର ୪୦ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଖାମ୍ବେୟାଦୋରା ବିଜ୍ଞାନ ମହାବିଦ୍ୟାଳୟର ଗଣିତ ବିଭାଗୀୟ ଅଧ୍ୟାପକ ନିଳାଂଚଳ ପାଣିଗ୍ରାହୀ ଯୋଗଦେଇ ଆଲୋକଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ବିଭୁତି ଭୂଷଣ ଜେନା ଓ ସୁନିଲ ତରାଇ ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ଦିନେଶ ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ । ବିନାୟକ ରାଉତ, ଦିପକ ମୁନି, ରୁଦ୍ର ପାଣିଗ୍ରାହୀ, ହିନବେହେରା, ସ୍ୱାଧିନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


