ଅସହ।ୟ ଯୁବକଙ୍କୁ ଉଦ୍ଧାର କରି ଆଶ୍ରମରେ ଛାଡିଲେ ସ୍ୱେଚ୍ଛାସେବୀ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଜଣେ ଅଚିହ୍ନା ଅଣଓଡ଼ିଆ ଅସାହୟ ଯୁବକ ଗୋଡ଼, ହାତ, ରେ ଲୁହା କଡୀ, ଦଉଡି ବନ୍ଧାହୋଇ ଏଣେତେଣେ ଅସହ।ୟ ଅବସ୍ଥାରେ ବୁଲୁଥିବା ବେଳେ ଉଦ୍ଧାରକାରୀ ସ୍ୱେଚ୍ଛାସେବୀ ଯୁବକ ତାଙ୍କୁ ଉଦ୍ଧାର କରି ପ୍ରଥମେ ମେଡିକାଲ ରେ ଚିକିତ୍ସା କରିବା ସହ ଗଞ୍ଜାମ ଆଇ, ଆଇ. ସି ଙ୍କ ସହଯୋଗ ରେ ଏକ ଆଶ୍ରମରେ ଛଡ଼ାଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଣିବନ୍ଧ ଠାରୁ ଛୋଟବସା ରାସ୍ତାରେ ରେ ଗୋଡ଼, ହାତ ରେ ଲୁହାତାର, ଦଉଡି ବନ୍ଧାହୋଇ ଏକ ଅଣଓଡ଼ିଆ ଯୁବକ ଅସାହୟ ଅବସ୍ଥାରେ ବୁଲୁଥିବା ବେଳେ ୟୁଥଫର ଭିଲେଜ ର ସ୍ୱେଚ୍ଛାସେବୀ ଦେବହରିରେଡି, ଶିକ୍ଷକ ରବୀନ୍ଦ୍ର କୁମାର ସେଠୀ, ମୋଚିରାମ ବେହେରା, ଦୀପକ ସାହୁ ପ୍ରମୁଖ ଦେଖି ଅସାହୟ ଓ ନାବାଳକ ଙ୍କୁ ଉଦ୍ଧାର କରୁଥିବା ସ୍ୱେଚ୍ଛାସେବୀ ଦଳ କୁ ତଥା “ଭରସା” ର ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହି ଙ୍କୁ ଖବର ଦେବାରୁ କାଇଞ୍ଚପୁର ସରପଞ୍ଚ ଶ୍ୟାମ ରେଡି, ସକ୍ଷମ ର ସଭାପତି ବସନ୍ତ ସାହୁ , ସାମ୍ବାଦିକ ବିନୋଦ କୁମାର ପଲେଇ ପ୍ରମୁଖ ତାରିଣୀପଲ୍ଲି ଗ୍ରାମରେ ପହଞ୍ଚି ତାକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି କରିଥିଲେ । ସେ ଅସହ।ୟ ଓ ଅଣଓଡ଼ିଆ ହୋଇଥିବା , କିଛି କହିପାରୁନଥିବାରୁ କୋଣସି ଆଶ୍ରମରଖିବାକୁ ରାଜିନହେବାରୁ ଗଞ୍ଜାମ ଆଇ.ଆଇ.ସି ଦିଲ୍ଲୀପ କୁମାର ସାହୁ ଙ୍କ ସହଯୋଗ ଲୋଡିବାରୁ ତତକ୍ଷଣାତ ନୂଆଗାଁ ସ୍ଥିତ ଚିତାନନ୍ଦଦିବ୍ୟଧାମ ଆଶ୍ରମ ରେ ରହିବାବେବସ୍ଥା କରିଥିଲେ । ଆଇ.ଆଇ.ସି ସାହୁ ଙ୍କ ବାଦାନ୍ୟତା, ଓ ସ୍ୱେଚ୍ଛାସେବୀ ମାନଙ୍କ ଲଗାତାର ଏଭଳି ଉଦ୍ଧାର କାର୍ଯ୍ୟକ୍ରମ ଯାରରଖିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


