ଗ୍ରାମବାସୀଙ୍କ ଦ୍ଵାରା ପୋଲିସ ଅଟକ

ନିମାପଡା, (ସନ୍ତୋଷ ଦାଶ):ପୋଲିସ ଫୋର୍ସକୁ ଗ୍ରାମରେ ବନ୍ଧକ ରଖିଛନ୍ତି ଗ୍ରାମବାସୀ। ନିମାପଡ଼ା ଥାନା ଅନ୍ତର୍ଗତ ବଡଶିରିବିଳା ଗ୍ରାମ ପଞ୍ଚାୟତ ଭଗବାନ ସୁନ୍ଦରା ଗାଁରେ ଘଟିଛି ଏହି ଘଟଣା।ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଭଗବାନସୁନ୍ଦରା ଓ ବଡଶିରିବିଳା ଗ୍ରାମ ମଧ୍ୟରେ ଅଙ୍ଗନବାଡ଼ି ଗୃହ ନିର୍ମାଣକୁ କେନ୍ଦ୍ର କରି ବିବାଦ ଲାଗିରହିଛି।ଦୁଇ ଗ୍ରାମର ଏହି ବିବାଦ ଭିତରେ ବଡ଼ ଶିରିବିଳା ଗ୍ରାମରେ ଅଷ୍ଟପ୍ରହରି ପାଇଁ ଚାଲିଥିଲା ନଡ଼ିଆ ତୋଳା।ମୁତୟନ ଥିଲା ନିମାପଡ଼ା ପୋଲିସ।ଏହାକୁ ଦେଖି ଭଗବାନସୁନ୍ଦରା ଗ୍ରାମବାସୀ ମାନେ ବିରୋଧ କରି ପୋଲିସ ଗାଡି ସହିତ ୮ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ଜଣେ ଏସ.ଆଇ,୨ଜଣ ହାବିଲଦାର ଓ ୪ଜଣ ଫୋର୍ସଙ୍କୁ ଅଟକ ରଖିଛନ୍ତି।ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ଲାରହିଥିବା ବେଳେ ଯେ ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଗାଡି ଛାଡ଼ିବେ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ।ସନ୍ଧ୍ୟା ସମୟରେ ନିମାପଡ଼ା ପୋଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର ଓ ଭାରପ୍ରାପ୍ତ ପୋଲିସ ନିରୀକ୍ଷକ ଶଙ୍କର୍ଷଣ ଦଳାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷଙ୍କୁ ନେଇ ଆଲୋଚନା ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ