ଗ୍ରାମବାସୀଙ୍କ ପକ୍ଷରୁ ସୋସୋ ପଞ୍ଚାୟତ ସମ୍ମୁଖରେ ଧାରଣା
ହାଟଡିହି, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ୬ଦଫା ଦାବିନେଇ ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ଅନୁଯାୟୀ ସୋସୋ ପଞ୍ଚାୟତରେ ହୋଇଥିବା ଅନିୟମିତତାର ଭିଜିଲାନସ ତଦନ୍ତ ଦାବି କରାଯାଉ । ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ବହିଷ୍କାର କରାଯାଉ । ସୋସୋ ପଞ୍ଚାୟତର ସ୍ୱାଗତମ ତୋରଣ ନିର୍ମାଣ କରାଯାଉ, ନୁତନ ଭାବେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତାର ସମ୍ପୁର୍ଣ୍ଣ ପାଉଣାକୁ ପ୍ରଦାନ କରାଯାଉ, ସୋସୋ ପଞ୍ଚାୟତର ସରକାରୀ ଅନୁଦାନ ହରିଲୁଟ ଅର୍ଥକୁ ପଞ୍ଚାୟତ ଖାତାକୁ ପୁର୍ନବାର ଫେରସ୍ତ ଅଣାଯାଉ ଆଦି ଦାବିକରି ୱାର୍ଡସଭ୍ୟ ନରୋତ୍ତମ ରାଉତ, ବିଶ୍ୱନାଥ ମାଝୀ, ଜୟନ୍ତୀ ଭୂୟାଁ, ଜଗନ୍ନାଥ ବାରିକ, ସୁଲୋଚନା ହାତୀ, ନିରୁପମା ଖମାରୀଙ୍କ ସହିତ ବିଶ୍ୱନାଥ ରାଉତ, ମନୋରମା ରାଉତ, ପ୍ରୀୟଲକ୍ଷ୍ମୀ ରାଉତ, ଜ୍ୟୋତିରଞ୍ଜନ ରାଉତ,ପ୍ରଣବ ମହାନ୍ତି, ଅନାଦି ସିଂହ, ଚିତ୍ତରଞ୍ଜନ ରାଉତ, ଅସାନ୍ତି ଦୋରା, ବିଶ୍ୱଜିତ ରାଉତଙ୍କ ସମେତ ଅନେକ ଗ୍ରାମବାସୀ ଧାରଣାରେ ବସିଥିଲେ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ୱାର୍ଡସଭ୍ୟସଭ୍ୟା ମାନେ କହିଛନ୍ତି ।


