ଗ୍ରାମାଞ୍ଚଳ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟଭାବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱୀକୃତି

ଗ୍ରାମାଞ୍ଚଳରେ କୌଶଳ ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗୁଣାତ୍ମକ ବିକାଶ ପାଇଁ ଅଭିନବ ଉପାୟଅବଲମ୍ବନ ନିମନ୍ତେ ଓଡ଼ିଶାକୁ ଜାତୀୟସ୍ତରରେ ସର୍ବଶ୍ରେଷ୍ଠ ରାଜ୍ୟଭାବେ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି ।ଏହାସହ ଗୁଣାତ୍ମକ ବିକାଶ ଯୋଗୁ ରାଜ୍ୟକୁ ଜାତୀୟ ସାଧନ କେନ୍ଦ୍ରଭାବେ ମଧ୍ୟ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି ।ପ୍ୟାରିସ୍‌ ରେ ଆୟୋଜିତ ‘‘ଗ୍ଲୋବାଲ୍‌ ସ୍କିଲ୍‌ ମିଟ୍‌ଦଦ ରେ ମଧ୍ୟ ଓଡ଼ିଶାକୁ ଗ୍ରାମାଞ୍ଚଳରେ କୌଶଳ ବିକାଶ କ୍ଷେତ୍ରରେସର୍ବୋକୃଷ୍ଟ (ବେଷ୍ଟ୍‌ ସ୍କିଲିଂ ଷ୍ଟେଟ୍‌ ଇନ୍‌ ରୁରାଲ୍‌ ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ ) ର ଆନ୍ତର୍ଜାତିକ ମାନ୍ୟତା ମିଳିଛି ।ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓର୍‌ମାସ୍‌ର ଏକ ଉଚ୍ଚସ୍ତରୀୟ ବୈଠକରୁଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଏ ବିଷୟରେ ସବିଶେଷ ସୂଚନା ଦେଇଥିଲେ ।ଦିନ୍‌ ଦୟାଲ୍‌ ଉପାଧ୍ୟାୟ ଯୋଜନାରେ ନିଯୁକ୍ତି ସଂଯୋଜିତ କୌଶଳ ବିକାଶ ଯୋଜନା କାର୍ଯ୍ୟାନ୍ୱୟନର ଅଗ୍ରଗତିବିଷୟରେ ବୈଠକରେ ସମୀକ୍ଷା ହୋଇଥିଲା । ଗ୍ରାମାଞ୍ଚଳରେ ୧୮ ରୁ ୩୫ ବର୍ଷ ଯୁବକ ଯୁବତୀ ମାନଙ୍କ ମଧ୍ୟରେ କୌଶଳବିକାଶ ପାଇଁ ଦୃଢ଼ ଅନୁପ୍ରେରଣା ସୃଷ୍ଟି କରିବା, ପ୍ରତିଟି ଘରେ ଏ ବାର୍ତ୍ତା ପହଞ୍ଚାଇବା ଏବଂ ତାଲିମ ସମୟରେ ଯେମିତିକେହି ଅଧାରୁ ଛାଡି ଚାଲିନଯାଆନ୍ତି ସେଥିପ୍ରତି ଯନିବାନ ହେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଓରମାସ୍‌ଙ୍କୁନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଓରମାସ୍‌ ଏହି ଯୋଜନାର ରାଜ୍ୟ ନୋଡାଲ୍‌ ସଂସ୍ଥା ଭାବେ କାର୍ଯ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ