ଗ୍ରାମ ପଞ୍ଚାୟତରେ ଜମୁଛି ପ୍ରଚାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ବ୍ଲକ୍ ସିଙ୍ଗିପୂର୍ ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପ୍ରତିମା ମହାପାତ୍ର ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମର ଘର ଘର ବୁଲି ପ୍ରଚାର ଚଳାଇଛନ୍ତି l ପ୍ରତିମା ମହାପାତ୍ର ଙ୍କ ଶଶୁର ସୁବାଷ ମହାପାତ୍ର ଜଣେ ବିଜେଡି ର ବରିଷ୍ଠ ନେତା, ସିଙ୍ଗିପୂର୍ ଗ୍ରାମପଞ୍ଚାୟତର ପୁର୍ବତନ ସରପଞ୍ଚ, ସାନଖେମୁଣ୍ଡି ବ୍ଲକ୍ ବିଜେଡି ଉପ ସଭାପତି l ସୁବାଷ ମହାପାତ୍ର ସରପଞ୍ଚ ଥିବା ବେଳେ ସେ ବିଭିନ୍ନ ଉନ୍ନୟନ କାମକୁ ପ୍ରଚାରରେ ମୂର୍ଦ୍ଧା କରିଛନ୍ତି l ସିଙ୍ଗିପୂର୍ ପଞ୍ଚାୟତ ରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ଦୁଇ ଗୋଷ୍ଠୀ ଓ କଂଗ୍ରେସ ପକ୍ଷରୁ ଜଣେ ପ୍ରତିଦ୍ୱନ୍ଦୀତା ପରିଲିକ୍ଷିତ ହୋଇଛି l ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରୁ ପ୍ରତିମା ମହାପାତ୍ର ପଞ୍ଚାୟତ ପ୍ରତି ଥିବା ଅବଦାନ, ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ ସେବା ଓ ଦରିଦ୍ର ଦୂରୀକରଣ କାଜ୍ୟକ୍ରମ ରେ ଦରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବା ପ୍ରତିଶୃତି ଦେଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି l ନିଜ ସମର୍ଥକଙ୍କ ସହ ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଜନ କଲ୍ୟାଣଯୋଜନା କିପରି ଲୋକ ପାଇବେ ସେ ନେଇ ଲୋକଙ୍କୁ ବୁଝାଉଛନ୍ତି l ପୂର୍ବ ସରପଂଚ ଙ୍କ ଅଧୁରା କାମ ସୁଚାର ରୂପେ ସମ୍ପ୍ରନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି l ସେହିପରି ଅନ୍ୟ ଏକ ବିଜେଡି ଗୋଷ୍ଠୀ ସମର୍ଥିତ ପ୍ରାର୍ଥୀ ନିରୁପମା ରଥ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ନୟନା ଚୌଧୁରୀ ମଧ୍ୟ ନିଜ ପଂଚାୟତରେ ପ୍ରଚାର କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ