ବ୍ରହ୍ମେଶ୍ୱରରେ ମହାଶିବରାତ୍ରୀ ପ୍ରସ୍ତୁତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ଼୍ କଟକଣାରେ ଜାଗରଯାତ୍ରା କରାଯିବା ସହ ପ୍ରସାଦ ସେବନ କରାଯିବ । ସେହିପରି ସରକାରଙ୍କ ନିୟମକୁ ଦେଖି ନାମୀକଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ । ମନ୍ଦିର ନିକଟରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବ । ମହାଶିବରାତ୍ରୀ ଦିନ ବ୍ରହ୍ମେଶ୍ୱର ମନ୍ଦିରରେ ସାହାଣ ମେଲା ନୀତି ସମୟରେ କରୋନା କଟକଣାକୁ ଦେଖି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ଏହି ବୈଠକରେ ସ୍ଥାନୀୟ ଅଂଚଳର ବିଭିନ୍ନ ମୁରବୀଙ୍କ ମତ ନିଆଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିରେ ଲର୍ଡ଼ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଠବୋର୍ଡ଼ର ଟ୍ରଷ୍ଟି କାହ୍ନୁ ଚରଣ ସାମନ୍ତରାୟ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପୁଷ୍ପା ଦାସ, ସ୍ଥାନୀୟ ମୁରବୀ ଶିବ କୃଷ୍ଣ ପଟ୍ଟନାୟକ ଓ ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ