ଗ୍ରାସୀମ ଇଣ୍ଡୋଷ୍ଟିରେ ଷ୍ଟିମ ପାଇପ ଲାଇନ ଫାଟି ଇଞ୍ଜିନିୟର ସମେତ ତିନିଗୁରୁତର

ଗଞ୍ଜାମ,(ୱାଇଏନ୍ଏସ୍): ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜରେ ଷ୍ଟିମପାଇପ ଲାଇନ ଫାଟି ଇଂଜିନିୟର ସମେତ ଜଣେ ଅପେରେଟର ,ଦୁଇଜଣ ଆସ୍ଥାଇ କର୍ମଚାରୀ, ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କମ୍ପାନୀ ଆମ୍ବୁଲାନ୍ସ ଥିବା ସ୍ୱତେ ବୋଲରେ ପ୍ରଥମେ ଛତ୍ରପୁର ମେଡ଼ିକାଲ , ପରେ ବ୍ରହ୍ମପୁର ମେଡ଼ିକାଲ କୁ ଚିକିତ୍ସା ପାଇଁ ପଠାଯାଇଛି । ଆହତ ମାନେ ହେଲେ ଇଞ୍ଜିନିୟର ଅଭିଷେକ ପାଳ,ଅପେରେଟର ଏସ. ଵୈଦେସ ଅସ୍ଥାୟୀ କର୍ମଚାରୀ ଶଙ୍କର ରାଉଲ , ବେଣୁ ପାଣି ରେଡି |  ଘଟଣା ସମୟରେ ଆହତଙ୍କୁ ବୋଲରେ ପଠାଇବା ନେଇ ଦିନ ତମାମ ଉତେଜନା ପ୍ରକାଶ ପାଇବା ସହ କମ୍ପାନୀର ପ୍ରଶାସନିକ ଭବନ କବଜାକୁ ନେଇଥିଲେ ଆନ୍ଦୋଳନ କାରୀ । ଆଗରେ ଧାରଣା ଦେବା ସହ ବିକ୍ଷୋଭ କରିଥିଲେ ଶ୍ରମିକ ମାନେ । ଖବର ନେବାରେ ଜଣାପଡିଛି ଗ୍ରାସୀମ କମ୍ପାନୀ ର ପରିସରେ ଥିବା HCL କମ୍ପାନୀ ପ୍ଲାଣ୍ଟରେ ସକାଳ ପ୍ରାୟ ନଅ ଘାଣ୍ଟ ସମୟରେ ହଟାତ ଏହି ଘଟଣା ଘଟିଥିଲା । ପ୍ଳଣ୍ଟର ଟେକନିକାଲ ମୁଖ୍ୟ ହାର୍ଦ୍ଦିକ ଅଭି, ମେକାନିକଲ ମୁଖ୍ୟ ଭୋଳା ନାଥ, ଏହି ଦୁଇ ଅଧିକାରୀଙ୍କ ଅନୁପସ୍ଥିତରେ କମ୍ପାନୀ କର୍ତ୍ତୃପକ୍ଷ ଦୁଇଜଣ ଅସ୍ଥାୟୀ କର୍ମଚାରୀଙ୍କ ଦ୍ଵାରା ପ୍ଳାଣ୍ଟ ଆରମ୍ବ କରିବା ଦ୍ୱାରା ଏହି ଦୁର୍ଘଟଣା ଘଟଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଏହି ଦୁର୍ଘଟଣା ଶବ୍ଦ ଅତେ ପ୍ରଚଣ୍ଡ ଥିଲାଯେ, ଗଞ୍ଜାମ ସହରର ସମେତ କାରଖାନା ପରିସରରେ ଥିବା ପ୍ରଥମ ଦଫା (A-ସିପିଟ) ରେ ଥିବା କର୍ମଚାରୀ ଆତଙ୍କିତ ହୋଇପଡିଥିଲେ । ପ୍ରଚଣ୍ଡ ଶବ୍ଦ ହେବାରୁ ଅନ୍ୟ ଅଧିକାରୀ ଓ ଉକ୍ତ ପ୍ଲାଣ୍ଟର ସୁପର ଭାଇଜର ପହଞ୍ଚି ତାହାକୁ ଆୟତ୍ତ କରିଥିଲେ । ଯଦି  ଅଧିକାରୀ ମାନେ ଆୟତ୍ତ କରିପାରି ନଥାନ୍ତେ ତେବେ କ୍ଲୋରିନ ପ୍ଳାଣ୍ଟ ବିସ୍ଫୋରଣ  ଘଟିଥିଲେ , ଗଞ୍ଜାମ ରେ ଦ୍ୱିତୀୟ ଭୋପାଳ ଗ୍ୟାସ ଦୁର୍ଘଟଣା ଘଟିବା ଏକ ପ୍ରକାର ନିଶ୍ଚିତ ଥିଲା । କାରଖାନା କର୍ତ୍ତୃପକ୍ଷ ନିଜର ଲାଭରେ ରହି ଅତି ବିପଦପୂର୍ଣ ପ୍ଲାଣ୍ଟ ଗୁଡିକରେ ନିୟମିତ କର୍ମଚାରୀ ଏବଂ ଅଭିଜ୍ଞତା ବିଶେଷଜ୍ଞକୁ ନିଯୁକ୍ତିନ କରି ଆସ୍ଥାଇ କର୍ମଚାରୀଙ୍କ ଦ୍ଵାରା କମ୍ପାନୀ ଚଳାଇବା କମ୍ପାନୀ ପାଇଁ ଓ ଗଞ୍ଜାମ ସହର ପାଇଁ ବିପଦ ଦେଖାଦେବ । ନିୟମିତ କର୍ମଚାରୀଙ୍କ ଆଠ ଘଣ୍ଟିକା କାର୍ଯ୍ୟ ସରିବା ପରେ ପର୍ଯ୍ୟାପ୍ତ ନିୟମିତ କର୍ମଚାରୀ ଅଭାବ ଯୋଗୁଁ ଆସ୍ଥାୟୀ କର୍ମଚାରୀଙ୍କୁ ବିପଦରେ ରଖି କମ୍ପାନୀ ଚଳାଇବାକୁ କର୍ମୀଚାରି ସଂଘ ବିରୋଧୀ କରିଛନ୍ତି । କର୍ମଚାରୀ ସଂଘକୁ ସୁରକ୍ଷା, ନିୟମିତ, ଏବଂ ବୈଷୟିକ ଜ୍ଞାନଥିବା ଅଧିକାରୀଙ୍କୁ ଉପସ୍ଥିତରେ କମ୍ପାନୀ ଚଳାଇବାକୁ କର୍ମଚାରୀ ସଂଘ ଦାବି କରିଛନ୍ତି । ଉତ୍ପାଦନ ବନ୍ଦ ପାଇଁ ମୁଖ୍ୟ ପ୍ରସାସନିକ କାର୍ଯ୍ୟାଳୟ ଆଗରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କମ୍ପାନୀ ପରିସର ଭିତରେ ଓ ବାହାରେ ଅଣ ଆୟତ୍ତ ପରିସ୍ଥିତି ଦେଖି , ଗଞ୍ଜାମ ଆଇ.ଆଇ.ସି ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ଚନ୍ଦନ ବେହେରା, SI ବି.କେ.ବେହେରା ଓ ସଶସ୍ତ୍ର ପୋଲିସ ବାହିନୀ ଉପସ୍ଥିତ ରହିଥିଲେ । ପରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଏସଡିପିଓ ଗୌତମ କିଷାନ ଆନ୍ଦୋଳନ ସ୍ଥଳକୁଆସି ଅନୁଧ୍ୟାନ କରିଫେରିଥିଲେ । ପରେ ଧାରଣ ସ୍ଥଳକୁ ଗଞ୍ଜମ ତହସିଲଦାର , ପହଞ୍ଚି ଆନ୍ଦୋଳନ କାରୀ ଓ କମ୍ପାନୀ ପ୍ରସାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଫଳପ୍ରଦ ନ ହେବାରୁ ଧାରଣା ଜରି ରଖିଥିଲେ ।
ପୁନର୍ବାର କମ୍ପାନୀ କର୍ତ୍ତୃପକ୍ଷ କମ୍ପାନୀର ପ୍ରଶାସନିକ ଭବନରେ ମାନଵ ସମ୍ବଳ ଅଧିକାରୀ ଜେ .କେ ଗ୍ୟାନିରିୱାଲ , ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ଆନ୍ଦୋଳନ କାରୀଙ୍କ ମଧ୍ୟରେ ଆଲୋଚନା କରିଥିଲେ । ଆନ୍ଦୋଳନ କାରୀମାନେ ଆହତ ଶ୍ରମିକଙ୍କ ସମସ୍ତ ଖର୍ଚ୍ଚ ବହନ କରିବା, ସୁସ୍ଥ ହୋଇ କର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ତାଙ୍କୁ ଦରମା ପ୍ରଦାନ, ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରର ଜଣଙ୍କୁ ଚାକିର ଦେବା ସହ ୫୦ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାକୁ ଆଡି ବସିଥିଲେ । ଏଥିରେ କୌଣସି ସମାଧାନ ହୋଇ ପାରିନଥିବାରୁ ଆନ୍ଦୋଳନରୁ ହାଟିନଥିଲେ ଆନ୍ଦୋଳନ କାରୀ । ପରେ ଜିଲ୍ଲାଶ୍ରମ ଅଧିକାରୀ , ପହଞ୍ଚି ୟୁନିଟ ମୁଖ୍ୟ ଶଶାଙ୍କ ପାରୀଙ୍କ ଉପସ୍ତିରେ ଆଲୋଚନା କରିଥିଲେ । ଆନ୍ଦୋଳନ କାରୀ ଉପରୋକ୍ତ ଦାବିରେ ଆଡି ରହିବା ସହ ଲିଖିତ ଦାବି କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ସରକାରଙ୍କ ନିୟମ ଅନୁଯାୟୀ ଜାହା କରି ହେବ ତାହାହିଁ କରିବେ ବୋଲି କହିବାରୁ ଉତେଜନା ବୃଦ୍ଧି ପାଇଥିଲା। ଫଳରେ ଆନ୍ଦୋଳନ କାରୀମନେ ଆଲୋଚନାରୁ ଉଠି ମୁଖ୍ୟ ଫାଟକ ଚାବି ପକାଇବା ସହ ଧରଣାରେ ବସିଥିଲେ । ଦିନ ତମାମ ପ୍ରଶାସନ ଭାବନକୁ ନିଜ କବଜାକୁ ନେଇଥିଲେ ଆନ୍ଦୋଳନ କାରୀ । ଏହି ଆନ୍ଦୋଳନରେ ଜୟଶ୍ରୀ କେମିକାଲସ ୱାକସ ୟୁନିୟନ ନେତା ଜି.ସନ୍ତୋଷ ରେଡି, ସମ୍ପାଦକ ଅର୍ଜୁନ ସାହୁ , କୃଷ୍ଣଚନ୍ଦ୍ର ପଳେଇ , ସ୍ୱୀକୃତି ପ୍ରାପ୍ତ। ଜୟଶ୍ରୀ କେମିକାଲସ ଏମ୍ପ୍ଲଇସ ୟୁନିୟନ ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପ୍ରଧାନ, ଠିକା ଶ୍ରମିକ ସଂଘର ସଭାପତି ଜୟ ବାରିକ , ନେତୃତ୍ୱ ନେଇଥିବା ବେଳେ, ପୂର୍ବତନ ନଗରପାଳ ବୃନ୍ଦାବନ ପଲେଇ, ବିଜେଡି ଯୁବ ନେତା ସୁଧୀର ପଢି, ପୂର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ, ବଜାର ବେବସାୟୀ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକ ପୂର୍ବତନ କାଉନସିଲର ଅଭିନାସ ବେହେରା, ପୂର୍ବତନ ବିଧାୟକ ନାରାୟଣ ରେଡି,ବିଜୁ ସାମୁଖ୍ୟ ଶ୍ରମିକ ନେତା ନେତା ଶଙ୍କର ଦାସ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ଆଡଭୋକେଟ କୈଳାଶ ପଲେଇ, ବିଜେପି ନେତା ପ୍ରଶାନ୍ତ କର, ପୂର୍ବତନ ଉପ ଏଆଇଟିୟୁସି ନେତା ନୀଳକଣ୍ଠ ଦାସ, ,ପ୍ରମୂଖ ଆନ୍ଦୋଳନ ସ୍ଥଳକୁ ଯାଇ ସମର୍ଥନ କରି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ