ଗ୍ୟାସ ଦର ବୃଦ୍ଧିକୁ ନେଇ ଗଂଜାମ ବ୍ଲକ ଓ ଏନଏସିରେ ସମ୍ମୁଖରେ ଧାରଣା
ଗଂଜାମ, (ବିନୋଦ ପଲାଇ):ଗ୍ୟାସ ଦରବୃଦ୍ଧିକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ଗଞ୍ଜାମ ବ୍ଲକ ଓ ଏନଏସି ସମ୍ମୁଖରେ ଧାରଣା ଦିଆଯାଇଥିଲା। ଗଂଜାମ ବ୍ଲକ ସମ୍ମୁଖରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିଉପ ସଭାପତି ସୁରଥ ପ୍ରଧାନଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଧାରଣା ଓ ପ୍ରତିବାଦ ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଆଦିକନ୍ଧ ସେଠି ଯୋଗଦେଇ,ସିଲିଣ୍ଡର,ପେଟ୍ରୋଲ,ଡିଜେଲ,ଖାଇବା ତେଲ,ଡାଲି ସହ ଅନ୍ୟାନ୍ୟ ସାମଗ୍ରୀ ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ମିନତୀ ପ୍ରଧାନ,ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞୟ ରେଡ୍ଡି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁସାହୁ, ସରପଞ୍ଚ ସନ୍ତୋଷ ରେଡି, ଚନ୍ଦ୍ରମୋହନ ସାହୁ ପ୍ରଭାତ ସେଠି, ସନ୍ତୋଷ ସେଠି, ନିରଞ୍ଜନ ରେଡି, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ଗଗନ ସ୍ବାଇଁ, ଶତ୍ରୁଘନ ମହାଙ୍ଗୁଡ, ଜିଲ୍ଲାପରିଷଦ ସଭ୍ୟ ଜେ. ସନ୍ତୋସି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର.ଭାଗ୍ୟ ରେଡି, ବ୍ଲକ ବିଜେଡି ସଭାପତି ଅନ୍ତର୍ଯ୍ୟାମୀ ବେହେରା, ଜିଲ୍ଲା ବିଜେଡି ଉପସଭାପତି ଶିଵ ସ୍ୱାଇଁ, ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ଯୁବନେତା ରଙ୍କ ପ୍ରଧାନ, ଟୁକୁନା ଦଳେଇ, ରଞ୍ଜିତ ପଲେଇ, କୃଷ୍ଣ ପ୍ରଧାନ, ନାୟବ ସରପଞ୍ଚ କାମେଶ୍ୱର ପ୍ରଧାନ , ପୂର୍ବତନ ସରପଞ୍ଚ ବନବାସୀ ଖୁଣ୍ଟିଆ ,ଜୟସେନ ପ୍ରଧାନ, ମଶ୍ଚଯିବି ନେତା ସନାତନ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପରେ ବିଡ଼ିଓ ବିଶ୍ୱଜିତ ରାୟଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନକରିଥିଲେ।ସେହିପରି ଗଂଜାମ ଏନଏସି ସମ୍ମୁଖରେ ନଗର ସଭାପତି ରାଜୁ ରେଡ୍ଡିଙ୍କ ସଭାପତିତ୍ବ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ସୁବାସ ଚନ୍ଦ୍ର ବେହେରା , ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ
ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଗର ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ସିଲି ଦାସ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ପୂର୍ବତନ ସାଂସଦ ପ୍ରତିନିଧି ଗୌରୀ ଶଙ୍କର ବାରିକ, ପୂର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ,ଯୁବ ନେତା ଜିତୁ ପଣ୍ଡା, ସୁରିଆ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।