ଗ୍ୟାସ ସିଲିଣ୍ଡର ସୁରକ୍ଷାକୁ ନେଇ ମକ୍ ଡ୍ରିଲ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଗ୍ୟାସ ସିଲିଣ୍ଡରର ସୁରକ୍ଷାକୁ ନେଇ ଶାଳଣିଆଁ ବଜାର ଠାରେ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକେଜ ହୋଇ ନିଆଁ ଲାଗିଲେ ଆପାତକାଳୀନ ସ୍ଥିତିରେ କଣ କରାଯିବ ସେନେଇ ସର୍ଭ ଫର ପିପୁଲସର ସଦସ୍ୟମାନେ ଲୋକମାନଙ୍କୁ ବୁଝାଇବା ସହ ନମୁନା ପ୍ରଦର୍ଶନ କରିଥିଲେ । ଏଥିରେ ଚନ୍ଦ୍ରମୌାଳି ମହାନ୍ତି, ଚିନ୍ମୟ କୁମାର ଜେନା, ଜୟନ୍ତ କୁମାର ବେହେରା, ମନୋଜ ସାହୁ, ପ୍ରକାଶ କୁମାର ଜେନା, ଗିରିଶ ସ୍ୱାଇଁ, କିଶୋର କୁମାର ସିଂ, ଶିବଶଙ୍କର ପରିଡା, ପବିତ୍ର ମୋହନ ଜେନା, ମହେନ୍ଦ୍ର ସାହୁ, ଉଦୟ ଜେନା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଜନସଚେତନତା ସୃଷ୍ଟି କରିଥିଲେ ।


