ଘଟଗାଁ ଠାରେ ସଡକ ସୁରକ୍ଷା ସପ୍ତାହ ପାଳିତ
ଘଟଗାଁ,(ଓ୍ବାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ ଆଜି ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜିଲ୍ଲା ପରିବହନ ଅଧିକାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଡକ ପରିବହନ ମନ୍ତ୍ରୀ ପଦ୍ମନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ, ଘଟଗାଁ ଏସଡିପିଓ, ଘଟଗାଁ ବିଡିଓ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆୟୋଜିତ ସଭାରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତା ଅତିଥି ମାନେ ଉପସ୍ଥିତ ଜନସାଧାରଣଙ୍କୁ ଅଭିଭାଷଣ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ଏକ ସଚେତନତା ରାଲି ଘଟଗାଁ ତହସିଲ ଛକ ଠାରୁ ବାହାରି ବିଭିନ୍ନ ସ୍ଲୋଗାନମାନ ଦେଇ ବଜାର ପରିକ୍ରମା କରିଥିଲେ ।