ଘଟଗାଁ ବନ ବିଭାଗର ଚଢାଉରେ କାଠ ସହ ଟ୍ରାକ୍ଟର ଜବଦ

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମସିଣାବିଲା ଗ୍ରାମ ନିକଟରେ ଘଟଗାଁ ବନ ବିଭାଗ ସ୍ୱାରା ଚଢାଉ କରି କାଠଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଜବଦ କରାଯାଇଛି । କାଠ ମାଫୀଆ ମାନେ ଜଙ୍ଗଲରୁ କାଠ କାଟି ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗକୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ ବେଳେ କାଠ ମାଫିଆ ମାନେ ଫେରାର୍ ହୋଇଯାଇଥିବା ବେଳେ ଜବଦ କାଠ ଓ ଟ୍ରାକ୍ଟରକୁ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି । ତେବେ ଜବଦ କାଠ ଗୁଡିକର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ