ଟେଲର ଦୋକାନରୁ ଚୋରି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଧିନ ମଣିନାଥପୁର ଅଞ୍ଚଳରେ ବାଲି ଚୋରି ସହିତ ଅନ୍ୟାନ୍ୟ ଛୋଟମୋଟ ଚୋରି ବୃଦ୍ଧି ପାଉଥିବା ଜଣାପଡିଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଗ୍ରାମର ଉଷାରାଣୀ ବେହୁରିଆ ମଣିନାଥପୁର ଛକ ଠାରେ ଏକ ଟେଲର ଦୋକାନ ଦେଇଛନ୍ତି । ଗତ ତା-୩-୧୨-୨୦ରିଖ ଦିନ ସେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ସେଠାରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । କେହି ଦୁବୃତ୍ତ ତାଙ୍କ ଦୋକାନରୁ ଷ୍ଟାବଲାଇଜର, ଲିଚୁ ଲାଇଟ, ହୋମ ଥିଏଟର ଟେଲର ମେସିନ ଓ ୫ହଜାର ଟଙ୍କା ଚୋରି କରି ନେଇଥିବା ଉଷାରାଣୀ ୪ତାରିଖ ଦିନ ସକାଳୁ ଜାଣିବାକୁ ପାଇଥିଲେ । ଦୋକାନ ଘର ଚାବି ଭାଙ୍ଗି ଦୃବୃତ୍ତ ଚୋରି କରିଥିବା ଜାଣିବା ପରେ ସେ ତତକ୍ଷଣାତ ଥାନାରେ ଜଣାଇଥିଲେ । ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ମାମଲା ଋଜୁ ହୋଇନଥିବା ଜଣାପଡିଛି । ଯେଉଁଥି ପାଇଁ ଆଜି ଉଷାରାଣୀ ଥାନାକୁ ଆସି ଏଦିଗରେ ଅନୁସନ୍ଧାନ କରି ଚୋରଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ