ଘଡିସନ୍ଧି ସମୟରେ ଓଡିଶାର ପୁନଃନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ:ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ଫୋନି ର ତାଣ୍ଡବରେ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଂଚଳ ମଙ୍ଗଳବାର ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୋନି ପ୍ରଭାବରେ ୧୪ ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ଫୋନିର ହୋଇଥିଲା ଲ୍ୟାଣ୍ଡଫଲ୍ । ଏପରି ଘଡିସନ୍ଧି ସମୟରେ ଓଡିଶାର ପୁନଃନିର୍ମାଣ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଡେ଼ଇ ଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ଫୋନି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ । ଘରଘର ବୁଲି ଲୋକମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ଏପରି ସମୟରେ ସମସ୍ତେ ଧୈର୍ଯ୍ୟ ଧରିବା ସହ ଏକାଠି ହୋଇ କାମ କରିବା ପାଇଁ ଅନୁରୋଧ କରିଛନ୍ତି ସହ ଅଂଚଳର ମତ୍ସ୍ୟଜୀବି ମାନଙ୍କ ସହ କଥା ହୋଇଥିଲେ । ବାତ୍ୟା ଫୋନିର ତାଣ୍ଡବଲୀଳାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଇଥିବା କଥା କହିଛନ୍ତି । ପୂର୍ବରୁ ୩୪୧ କୋଟି ଏବେ ୧୦୦୦ କୋଟିର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ ଯୁଦ୍ଧକାଳୀନ ଭିତିରେ ପୁନଃନିର୍ମାଣ କାମ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡିଶାର ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗ ସହ ରାଜ୍ୟ ପ୍ରଶାସନର ସମନ୍ୱୟ ରହିବା ନେଇ ଉଭୟ ପକ୍ଷ ସହ ସେ ବାରମ୍ବାର ଆଲୋଚନା କରିଛନ୍ତି ।