ଘନଶ୍ୟାମ ଜେନାଙ୍କ ବିୟୋଗରେ ପାରାଦୀପ ପୋର୍ଟ ମଜଦୁର ସଂଘର ଶ୍ରଦ୍ଧାଞ୍ଜଳି ସଭା
ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ପାରାଦୀପ ତଥା ସର୍ବଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ବିୟୋଗରେ ମଙ୍ଗଳବାର ସନ୍ଧ୍ୟାରେ ପାରାଦୀପ ପୋର୍ଟ ମଜଦୁର ସଙ୍ଘ ପକ୍ଷରୁ ନୂଆବଜାର ସ୍ଥିତ ସଙ୍ଘ କାର୍ଯ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସର୍ବାଦୃତ ଶ୍ରମିକ ନେତା ସ୍ବର୍ଗତ ଘନଶ୍ୟାମ ଜେନାଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଘ ର ସଭାପତି ପ୍ରକାଶ ତ୍ରିପାଠୀ, ସାଧାରଣ ସମ୍ପାଦକ ପରେଶ ମୁର୍ମୁ,ଉପସଭାପତି ସୁବ୍ରତ ପ୍ରଧାନ, ସମ୍ପାଦକ ସର୍ବେଶ୍ୱର ବଳିୟାରସିଂହ, ଯୁଗ୍ମ ସମ୍ପାଦକ ଦିଲ୍ଲୀପ ବଳିୟାରସିଂହ ଏବଂ କୋଷାଧ୍ୟକ୍ଷ ସର୍ବେଶ୍ୱର ଜେନା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜେନାଙ୍କ ସ୍ମୃତି ଚାରଣ କରିଥିଲେ l ସ୍ବର୍ଗତ ଜେନାଙ୍କୁ ନିଜର ଆଦର୍ଶ ମାନୁଥିବା ସଂଘର ସଭାପତି ତଥା ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ବରିଷ୍ଠ ଶ୍ରମିକ ନେତା ସ୍ବର୍ଗତ ଜେନା ଙ୍କ ଶ୍ରମିକ ମାନଙ୍କ ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ l


