ଘରକୁ ଘରକୁ ଯାଇ ଲୋକଙ୍କୁ ଭେଟି ଶଙ୍ଖ ଚିହ୍ନରେ ଭୋଟଦେବା ନିମନ୍ତେ ଅନୁରୋଧ କଲେ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବିଧାନସଭାର ବିଜୁ ଜନତା ଦଳର ପ୍ରାର୍ଥି ସୁବାଷ ଚନ୍ଦ୍ର ବେହେରା ଆଜି ତାଙ୍କ ନିର୍ବାଚନୀ ପ୍ରଚାର ମହାଆଡମ୍ବର ସହକାରେ ଆରମ୍ଭ କରିଛନ୍ତି । ଶ୍ର ବେହେରା ଶତାଧିକ ସମର୍ଥକଙ୍କୁ ଧରି ସ୍ଥାନୀୟ ଏକ୍ରାମନଗର ଦଳୀୟ କାର୍ଯ୍ୟାଳୟ ଠାରୁ ଶୁଭ ମୁହୂର୍ତ ବେଳାରେ ନିର୍ବାଚନ ପ୍ରଚାର ନିମନ୍ତେ ବାହାରି ପ୍ରଥମେ ଛତ୍ରପୁର ବ୍ଲକ ପୋଡାପଦର ପଂଚାୟତର କୁମାରବେଗପଲ୍ଲୀ, ହୁମର ଓ ପୋଡାପଦର ଗ୍ରାମ ଓ ଅଗସ୍ତିନୂଆଗାଁ ପଂଚାୟତର ସମସ୍ତ ଗ୍ରାମରେ ନବୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ବିଜେଡିକୁ ଭୋଟ ଦେବାକୁ ଘର କୁ ଘର ବୁଲି ଲୋକଙ୍କୁ ଅନୁରୋଧ କରିଥିଲେ । ଏଥିରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ପୋଡାପଦର ସରପଂଚଞ୍ଚ ପିତାମ୍ବର ପଣ୍ଡା, ଗେଜେନ୍ଦ୍ର ପଲେଇ, ଅଗସ୍ତିନୂଆଗାଁ ସରପଂଚଞ୍ଚ ପି.ସିମାଦ୍ରୀ, ସମିତି ସଭ୍ୟା ବାସନ୍ତୀ ଜାନୀ, ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଓ ଓ କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ଅଭିଭୂଷଣ ସାହୁ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ ଓ ସାନୁ ସେଠୀଙ୍କ ସମେତ ଶହ ଶହ ଦଳୀୟ କର୍ମୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


