ଘରକୁ ଘର ବୁଲି ମାସ୍କ ବାଣ୍ଟିଲେ ବିଜଦ ନେତା ଓ କର୍ମୀ
ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରତି ବର୍ଷ ଅକ୍ଟୋବର ୨ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହେଉଥିଲା।ଚଳିତ ବର୍ଷ ବିଶ୍ଵରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ହେତୁ ମାନବ ସମାଜ କରୋନା ଠାରୁ ବିଜୟ ଲାଭ କରିବା ଲକ୍ଷ୍ୟ ରେ ବିଜୁଜନତା ଦଳ ରାଜ୍ୟ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ଜନ ସଚେତନା ପଦ ଯାତ୍ରା ଆରମ୍ଭ ହୋଇଯାଇଛି। ଅକ୍ଟୋବର ୫ ତଥା ସୋମବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଓ ମୋ ପରିବାର ଆନୁକୂଲ୍ୟରେ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାପଦର ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ . ଧନଞ୍ଜୟ ରେଡୀ, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ଗଜେନ୍ଦ୍ର ପଲାଇ, ଯୁବ ନେତା ତଥା ପୂର୍ଵତନ ସମିତି ସଭ୍ୟ ସୂର୍ଯ୍ୟ ନାରାୟଣ ସେଠୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରିଛନ୍ତି l