ଘରକୁ ଘର ବୁଲି ମାସ୍କ ବାଣ୍ଟି ସଚେତନତା କରାଇଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା): ଓଡିଶାର ମୁଖ୍ୟମନ୍ତ୍ରୀ ତଥା  ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ  ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ମୋ ପରିବାର ଆନୁକୂଲ୍ୟରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ପୁରୁଣାପାଟଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ  ଶ୍ରୀ ବେହେରା, ଛତ୍ରପୁର ବ୍ଲକ ଅଧକ୍ଷ ଏମ. ଧନଞ୍ଜୟ ରେଡୀ ଯୁବନେତା ଟୁକୁନା ଗୌଡ଼ ସନ୍ତୋଷ ବେହେରା ପ୍ରମୁଖ  ସ୍ଥାନୀୟ ନେତୃତ୍ୱ ଜନସାଧାରଣଙ୍କୁ ପଞ୍ଚସୁତ୍ରି  ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ସଚେତନତା କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ