ଘରର କବାଟ ଭାଙ୍ଗି ୨୦ ଭରି ସୁନା ଚୋରୀ

ଛତ୍ରପୁର,(ଯୁଗାଦ୍ଦ ନ୍ୟୁଜ) : ଛତ୍ରପୁର ଥାନା ଅଧୀନ କେଉଟପଲ୍ଲୀ ଗ୍ରାମର ସିମାଞ୍ଚଳ ବେହେରାଙ୍କ ଘରୁ ଗତ ଗୁରୁବାର ରାତିରେ ଦୃର୍ବୁତ୍ତମାନେ ୨୦ ଭରି ସୁନା ଚୋରୀ କରିଥିବା ଜଣାପଡିଛି । ଏହି ସଂକ୍ରାନ୍ତରେ ସିମାଞ୍ଚଳ ଛତ୍ରପୁର ଥାନାରେ ଏକ ଅଭିଯୋଗ ଦେଇଛନ୍ତି । ୧୫୫/୨୦୧୯ ଏକ ମାମଲା ରୁଜୁ କରି ଘଟଣା ସ୍ଥଳେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରକାଶ ଥାଉକି ଯେ, ଗୁରୁବାର ରାତିରେ ସିମାଞ୍ଚଳ ବେହେରା ଘରର ଉପର ମହଲାରେ ଶୋଇଥିବା ବେଳେ ତାଙ୍କ ପତ୍ନୀ ତଳେ ଘରେ ଶୋଇଥିଲେ । ଘରର ବାରିପଟୁ କେତେକ ଦୃର୍ବୁତ୍ତ କବାଟ ଭାଙ୍ଗି ଆଲମୀରାରେ ଥିବା ୨୦ ଭରି ଅଳଙ୍କାର ଚୋରି କରିଥିଲେ । ଏହି ସମୟରେ ସିମାଞ୍ଚଳଙ୍କ ପତ୍ନୀଙ୍କ ନିଦ ଭାଙ୍ଗି ଥିବା ବେଳେ ଦୃର୍ବୁତ୍ତମାନେ ଚମ୍ପଟ ମାରିଥିଲେ । ସେମାନେ ମୁହଁରେ ମୁଖା ପିନ୍ଧିଥିବା ନେଇ ସେମାନଙ୍କ ପରିଚୟ ମିଳିପାରି ନାହିଁ ବୋଲି ଜଣାପଡିଛି ।
ସାଉଥ୍ କୋ ବିଭାଗର ଉତ୍ତମ କାର୍ଯ୍ୟକଳାପ ନେଇ ସମଗ୍ର ରାଜ୍ୟରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ