ଘରୁ ଦୁଇଟି ବାଇକ ଲୁଟିନେଲେ ଦୁର୍ବତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଗେଡମା ପଞ୍ଚାୟତ ସାହାପୁର ଗ୍ରାମରୁ ଗତକାଲି ରାତିରେ ଦୁଇଟି ବାଇକ ଚୋରୀ ହୋଇଛି । ଦୁର୍ବୁତମାନେ ଗୋଟିଏ ପରିବାରରୁ ଏହି ଦୁଇଟିଯାକ ବାଇକ ଚୋରୀ କରିନେବାରେ ସଫଳ ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ରାମଚନ୍ଦ୍ର ସାହୁଙ୍କ ପୁଅ ନରେଶ ସାହୁ ତାଙ୍କ ୟାମା ବାଇକ ଓଡି୨୨କେ ୪୬୧୬ ଓ ରାମଚନ୍ଦ୍ରଙ୍କ ଭାଇ ପଦ୍ମନାଭ ସାହୁଙ୍କ ହିରୋ ସ୍ପ୍ଲେଣ୍ଡର ବାଇକକୁ ସେମାନେ ତାଙ୍କ ଘର ଅଗଣାରେ ଚାବି ପକାଇ ରଖନ୍ତି । ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ବାଇକ ଦୁଇଟି ଅଗଣାରେ ଥିବାବେଳେ ଗତକାଲି ରାତିରେ ବୁଦୁ୍ୟତ ନଥିବାର ସୁଯୋଗରେ କେହି ଦୁର୍ବୁତ ବାଇକର ତାଲା ଭାଙ୍ଗି ବାଇକ୍ ଦୁଇଟିକୁ ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଆଜି ସକାଳୁ ପରିବାର ଲୋକେ ଜାଣିବାପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ।