ସମାଜସେବା ପାଇଁ ବିଶ୍ୱଜିତଙ୍କୁ ପୁର୍ଣ୍ଣଚନ୍ଦ୍ର ସ୍ମୃତି ସମ୍ମାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମୁଗୁପୁର ଗ୍ରାମର ସପୋଟିଭ ହ୍ୟାଣ୍ଡର ପ୍ରତିଷ୍ଠାତା ବିଶ୍ୱଜିତ ଦାସଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ମୟୁରଭଞ୍ଜ ଜିଲ୍ଲାର ବଡସାହି ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହରେ ପୁର୍ଣ୍ଣଚନ୍ଦ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ବଡସାହିର ବିବେକାନନ୍ଦ ବିହାର ଠାରେ ଉକ୍ରଳରତ୍ନ ପଣ୍ଡିତ ସ୍ୱର୍ଗତ ଲକ୍ଷ୍ମୀଧର ରାଉତଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଅବସରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହରେ ମୁକ୍ୟ ଅତିଥି ଭାବେ ବିଧାୟକ ସନାତନ ବିଜୁଳି ଯୋଗଦେଇ ବିଶ୍ୱଜିତଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ପୁର୍ଣ୍ଣଚନ୍ଦ୍ର ସ୍ମୃତି ସମ୍ମାନରେ ସମ୍ମାନୀତ କରିଥିଲେ । ବିଶ୍ୱଜିତ ଦାସ ସପୋଟିଭ ହ୍ୟାଣ୍ଡ ନାମକ ଏକ ସ୍ୱେଚ୍ଛାବେୀ ସଂସ୍ଥା ପ୍ରତିଷ୍ଠାକରି ତାହା ମାଧ୍ୟମରେ ଦୀନଦୁଖୀ, ଅସହାୟଙ୍କ ପାଖରେ ଠିଆହୋଇ ସହାୟତାର ହାତ ବଢ଼ାଇ ଚାଲିଛନ୍ତି । ସେ ପ୍ରତିବର୍ଷ ଦୁଇ ତିନୋଟି ରକ୍ତଦାନ ଶିବିର କରି ‘ରକ୍ତଦାନ ମହାପୁଣ୍ୟ’ର ନାରା ଗାଁ ଗାଁରେ ପ୍ରଚାର କରିଚାଲିଛନ୍ତି । ଖାଲି ସ୍ୱେଚ୍ଛାସେବୀ ଭାବେ ନୁହଁ ସେ ଅନେକ କବିତା ଓ ଗଳ୍ପ ଲେଖି ତାଙ୍କର ପ୍ରତିଭାକୁ ସାହିତ୍ୟ କ୍ଷେତ୍ରରେ ବିକଶିତ କରିପାରିଛନ୍ତି । ତାଙ୍କୁ ଏହି ସମ୍ମାନ ମିଳିବାପରେ ହାଟଡିହି, ଆନନ୍ଦପୁର, କେନ୍ଦୁଝର ସମେତ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସୁଅ ଛୁଟୁଛି ।


