ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ୯ଅଗଷ୍ଟ ରୁ ୧୫ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କାର୍ଯ୍ୟକ୍ରମର ସହସଂଯୋଜକ କରୁଣାକର ପଣ୍ଡା ମଞ୍ଚ ଆହ୍ବାନ କରିଥିଲେ ଓ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭିକ ଅତିଥି ପରିଚୟ, ସ୍ବାଗତ ସମ୍ବର୍ଦ୍ଧନା, ଭାରତମାତା ପୂଜନ ଓ ସାମୁହିକ ବନ୍ଦେ ମାତରଂ ଗାନ ପରେ ଆନୁଷ୍ଠାନିକ ବୈଠକ ଆରମ୍ଭ ହୋଇଥିଲା। ଜିଲ୍ଲା ସଭାପତି ତାଙ୍କ ପ୍ରାରମ୍ଭିକ ଭାଷଣରେ ଉପସ୍ଥିତ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ କାର୍ଯ୍ୟକ୍ରମ ବାବଦରେ ଦଳିୟ ନିର୍ଦେଶ ଜଣାଇବା ସହିତ ଏହାର ସଫଳ ରୂପାୟନ କରିବା ପାଇଁ ଆଗ୍ରହ କରିଥିଲେ। ବୈଠକରେ ଜିଲ୍ଲା ପ୍ରଭାରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡାଜୀଙ୍କ ନିର୍ଦ୍ଦେଶକ୍ରମେ ନିମ୍ନଲିଖିତ କାର୍ଯ୍ୟକ୍ରମ ଜିଲ୍ଲାରେ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ସହିତ ରୂପରେଖ ବିଷୟରେ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ, ସ୍ଵାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ୯ ଅଗଷ୍ଟରୁ ୧୫ ଅଗଷ୍ଟ ୨୦୨୨ ମଧ୍ୟରେ ‘ ହର ଘର ତ୍ରିରଙ୍ଗା’ ବା ‘ଘରେ ଘରେ ତ୍ରିଭଙ୍ଗା’ କାର୍ଯ୍ୟକ୍ରମ ଜିଲ୍ଲାର କୋଣ ଅନୁକୋଣରେ ପାଳନ କରାଯିବ। ୯ ଅଗଷ୍ଟ ରୁ ୧୧ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ପ୍ରଚାର-ପ୍ରସାର, ଦେଶରକ୍ତି ଭାବନା ପାଇଁ ବାତାବରଣ ସୃଷ୍ଟି କରିବା, ତିରଙ୍ଗା ଯାତ୍ରା ବାହାର କରିବା, ହାଟ, ବଜାର, ମେଳା, ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଡିଂ ଲଗାଇବା। ୧୧ ରୁ ୧୩ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ୱାର୍ଡ ଏବଂ ଗ୍ରାମରେ “ ରଘୁପତି ରାଘବ ରାଜାରାମ ” ଭଜନ ଏବଂ ବନ୍ଦେ ମାତରଂ ପୂର୍ଣ୍ଣ ଗୀତ ସହିତ ପ୍ରଭାତ ଫେରୀ ବାହାର କରିବା । ୧୩ ଅଗଷ୍ଟ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲାର ଘର ଉପରେ ଜାତୀୟ ପତାକା ଉଡ଼ାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ସରକାରୀ ଭବନ, ସରକାରୀ କର୍ମଚାରୀ ନିବାସ, ସରକାରୀ ଅଧିବକ୍ତାଙ୍କ ନିବାସ, ସମସ୍ତ ପୋଲିସ ଷ୍ଟେସନ, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବେସରକାରୀ ଅନୁଷ୍ଠାନ ସହିତ ସାର୍ବଜନିକ ଭବନ ଗୁଡିକ ଉପରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯିବ। ସମସ୍ତ ପ୍ରକାର ଆବାସୀୟ ସଂଘ, ଯୁବ ସଂଗଠନ, ସାଧୁସନ୍ଥଙ୍କ ମଠ ତଥା ଅନ୍ୟ ସମସ୍ତ ସାମାଜିକ କାର୍ଯ୍ୟାଳୟ ଉପରେ ମଧ୍ୟ ରାଷ୍ଟ୍ରୀୟ ଧ୍ବଜ ଉଡ଼ିବ। ରାଷ୍ଟ୍ରୀୟ ଧ୍ବଜ ସମସ୍ତ ଡାକଘର, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଚାରି ପ୍ରକାରର ଇ-ବାଣିଜ୍ୟ ଓ୍ବେବସାଇଟରେ ତଥା ଅନ୍ୟାନ୍ୟ ବିକ୍ରି କେନ୍ଦ୍ର ମାନଙ୍କରେ ଉପଲବ୍ଧ ହେବ। ୧୧ ରୁ ୧୫ ଅଗଷ୍ଟ ମଧ୍ୟରେ ଜିଲ୍ଲାରେ ଥିବା ମହାପୁରୁଷଙ୍କ ସ୍ମାରକୀରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ହେବ। ୧୦,୧୧ ଓ ୧୨ ଅଗଷ୍ଟ ଯୁବମୋର୍ଚ୍ଚା ତରଫରୁ ଜିଲ୍ଲାର ସର୍ବତ୍ର ତ୍ରିରଙ୍ଗା ଯାତ୍ରା ଆୟୋଜିତ ହେବ। ବିଧାନସଭା ସ୍ତରରୁ ବୁଥ୍ ପର୍ଯ୍ୟନ୍ତ ଟିମ୍ ଗଠନ କରି ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମକୁ ତୁଲାଇବା ପାଇଁ ଯୋଜନା ପ୍ରସ୍ତୁତ କରି ଆୟୋଜକ ମାନଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା ସୋଭନା ମହାନ୍ତି, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟ ଶୁଭଙ୍କର ମହାପତ୍ର, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ସଦର ଉପନିର୍ବାଚନ ବିଧାୟକ ପାର୍ଥୀ ମାନସ କୁମାର ଦତ୍ତ, ସିମୁଳିଆ ବ୍ଲକ ଚେୟାରମେନ ବାବାଜୀ ମଲ୍ଲିକ, ଖଇରା ବ୍ଲକ୍ ଚେୟାରମ୍ୟାନ ଅଭିଲ୍ପିସା ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ବେହେରା ଓ ସୁନୀଲ କର ପ୍ରମୁଖ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ଯମଣ୍ଡିତ କରିବା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ଉପସଭାପତି ସାବିତ୍ରୀ ଜେନା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ.