“ହର ଘର ତ୍ରିରଙ୍ଗା” ପାଇଁ ଗଞ୍ଜାମ ବିଜେପିର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ): ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଭାରତ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଉପଲକ୍ଷେ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗ୍ରହ କ୍ରମେ ଭାରତର ପ୍ରତ୍ୟକଟି ଘରେ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ଉଡ଼ାଯିବ । ଏହି ସମ୍ବନ୍ଧରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ଠାରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । “ହର ଘର ତ୍ରିରଙ୍ଗା” ଅଭିଯାନ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଓ ପ୍ରତ୍ୟକ ଘରେ ତ୍ରିରଙ୍ଗା ପତାକା ଉପଲୋବ୍ଧ ସମ୍ବନ୍ଧରେ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସାରଦା ପ୍ରଶାଦ ଶତପଥି ବୈଠକରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ ଓ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ଶତପଥିଙ୍କୁ ଏହି “ହର ଘର ତ୍ରିରଙ୍ଗା” ଅଭିଯାନର ଜିଲ୍ଲା ସଂଯୋଜକ ଏବଂ ସହ-ସଂଯୋଜକ ଭାବେ ଦାୟୀତ୍ୱ ଦିଆଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କାହ୍ନୁ ଚ଼ରଣ ପତି,ମନୋରଞ୍ଜନ ଦ୍ୟାନସାମନ୍ତରା,ପ୍ରଶାନ୍ତ କର,ମହନ୍ତ ଚିନ୍ମୟାନନ୍ଦ ଦାସ ମଞ୍ଚାସୀନ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ବିନୋଦ ଚନ୍ଦ୍ର ମିଶ୍ର,ରଶ୍ମୀରେଖା ମହାପାତ୍ର,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ୟାନସାମନ୍ତରା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମହୋନ ପାତ୍ର,ରାଜ୍ୟ କୢଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କିର୍ତ୍ତନ ଦାସ,ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ବରିଷ୍ଠ ନେତା ଡ଼ା.ସୁବାଷ ସାହୁ,ଶ୍ରୀକାନ୍ତ ପାଢ଼ୀ,ସୁନିଲ କୁମାର ସାହୁ,ପ୍ରବୀର ପାତ୍ର,କର୍ପୋରେଟର ଡ଼ି.କରୁଣାକର,ରଞ୍ଜିତା ବେହେରା,ବନିତା ସାହୁ,ସାବିତ୍ରୀ ନାୟକ,ଅନୁଜା ନନ୍ଦ ବିଶ୍ୱାଳ,ଯୁବନେତା ଶୁଭାଶିଷ ସାହୁ,ସୁନିଲ ପାତ୍ର,ପ୍ରଦୀପ ପଟନାୟକ,ବାପି ପ୍ରଧାନ,ରାମ ପ୍ରଶାଦ ସାମଲ,ଶିବ ଶଙ୍କର ନାୟକ,ସୋମନାଥ ପାତ୍ର,ଅଜିତ ପ୍ରଧାନ,ବର୍ଷା ବିଦ୍ୟୁସ୍ମିତା,ସରୋଜ ପାତ୍ର,ବିନାୟକ ରଥ,ଭାବଗ୍ରାହୀ ପାଳ,ସତ୍ୟନାରାୟଣ ବସନ୍ତିଆ,କିରଣ କୁମାର ସାହୁ,ଡା.ରାମହରି ଖଣ୍ଡୁଆଳ, ତୁମ୍ୱେଶ୍ୱର ନାୟକ,ବୈରାଗୀ ଦାସ,ପ୍ରମୋଦ ମଣ୍ଡଳ ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ