ଘରୋଇ ଉପାୟରେ ଆଖିର ଯତ୍ନ
ଆଖି ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଖି ନଥିଲେ ଦୁନିଆ ଅନ୍ଧକାରମୟ । ତେଣୁ ଆଖି ପ୍ରତି ବିଶେଷ ଯତ୍ନବାନ୍ ହେବା ଆବଶ୍ୟକ । ଯଦି ଆପଣଙ୍କର କିଛି ଆଖି ସମସ୍ୟା ରହିଛି ତେବେ ତାହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଡାକ୍ତରଙ୍କୁ ପରାମର୍ଶ କରିବା ସହ ଘରୋଇ ଉପାୟରେ ମଧ୍ୟ ଆଖିର ଯତ୍ନ ନେବା ଉଚିତ । ତେବେ ଆସନ୍ତୁ ଜାଣିବା ଆଖି ସମସ୍ୟାର କିଛି ଘରୋଇ ଉପଚାର ବିଷୟରେ –
-ନିଦ ପୂରା ହୋଇନଥିଲେ ବା ଅଧିକ କ୍ଲାନ୍ତି ଲାଗିଲେ ଆଖି ଲାଲ୍ ପଡ଼ିଯାଏ । ଏଭଳି ପରିସ୍ଥିତିରେ ଅଁଳା ପାଣିରେ ଆଖି ଧୋଇବା ବା ଗୋଲାପ ଜଳ ପକାଇବା ଲାଭଦାୟକ ହୋଇଥାଏ ।
-ଆଖିରେ ଆଘାତ ଲାଗିବା, ଜ୍ୱଳନ ହେବା, ଲଙ୍କା ବା କୌଣସି କୀଟପତଙ୍ଗ ଯଦି ଆଖିରେ ପଡ଼ିଯାଆନ୍ତି, ତେବେ ଆଖି ଲାଲ୍ ହେବା ସ୍ୱାଭାବିକ । କ୍ଷୀର ଗରମ କରି ସେଥିରେ ତୁଳା ଭିଜାଇ ଥଣ୍ଡା ହେବା ପରେ ଏହାକୁ ଆଖିରେ ରଖିଲେ ଲାଭ ମିଳିଥାଏ ।
-ଆଖି ତଳେ କଳା ଦାଗ ପଡ଼ୁଥିଲେ, ସୋରିଷ ତେଲର ମାଲିସ୍ କରିବା ଦ୍ୱାରା ଲାଭ ମିଳିଥାଏ । ଏହାବ୍ୟତୀତ ଶୁଖିଲା ଅଁଳା ଏବଂ ମିଶ୍ରିକୁ ଚୂର୍ଣ୍ଣ କରି ସମାନ ମାତ୍ରାରେ ୧ ରୁ ୫ ଗ୍ରାମ୍ ସକାଳେ ଏବଂ ସନ୍ଧ୍ୟାରେ ପାଣି ସହିତ ପିଇଲେ ଉପକାରୀ ସାବ୍ୟସ୍ତ ହୋଇଥାଏ ।