ଘରୋଇ ପରିଚାରିକା ମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ଘରୋଇ ପରିଚାରିକାମାନଙ୍କ ସର୍ବଭାରତୀୟ ମଞ୍ଚ ଓଡ଼ିଶା ଚାପ୍ଟର ଓ ନିର୍ମଳା ନିକେତନ, ଦିଲ୍ଲୀ ତରଫରୁ ହୋଟେଲ କେଶରୀଠାରେ ଘରୋଇ ପରିଚାରିକାମାନଙ୍କ ଆଇନ୍ ଓ ପ୍ରସ୍ତାବିତ ଶ୍ରମିକ କୋର୍ଡ଼ ଉପରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମକୁ ନିର୍ମଳା ନିକେତନର ରାଜ୍ୟ ଆବାହକ ଚିନ୍ମୟ ସାମଲ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରମିକ ବୋର୍ଡ଼ର ଅଧ୍ୟକ୍ଷ ସୁବାସ ସିଂ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ଘରୋଇ ପରି·ରିକାମାନଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କରିବା, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଘରୋଇ ପରି·ରିକାମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବା ଭଳି କାର‌୍ୟ୍ୟକ୍ରମ ନେଇଛନ୍ତି । ଏତଦ୍ବ୍ୟତୀତ ପରି·ରିକାମାନଙ୍କର ଥିବା ବିଭିନ୍ନ ସମସ୍ୟା ରାଜ୍ୟ ସରକାର ଅବଗତ ଅଛନ୍ତି ଏବଂ ଆହୁରି ତାଙ୍କ ପାଇଁ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର‌୍ୟ୍ୟକ୍ରମ କରାଯିବ । ମୁଖ୍ୟବକ୍ତା ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ଆସନ୍ତା ବିଧାନସିଭାରେ ଦେଶସ୍ତରରେ ଘରୋଇ ପରିଚାରିକାମାନଙ୍କ ପାଇଁ ଆଇନ୍ ତିଆରି ହେବା ପାଇଁ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ପାରିତ କରିବେ ବୋଲି ଉପସ୍ଥିତ ଥିବା ଅତିଥିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜାତୀୟ ଆବାହକ ନୂଆଦିଲ୍ଲୀର ସୁବାସ ଭଟ୍ଟନାଗର ଯୋଗଦେଇ କହିଲେ ଯେ, ଏହି ସମୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଆଇନ୍କୁ ବିରୋଧ କରିବାକୁ ହେଲେ ସମସ୍ତ ଅଣ ସଂଗଠିତ ଶ୍ରମିକମାନେ ଏକାଠି ହେବା ଦରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ