ଘରୋଇ ବସ କଣ୍ଡକ୍ଟରଙ୍କୁ ମାଡ ମାରି ୨ ଛାତ୍ର ଗିରଫ
ବେଲକୁଣ୍ଠା , (ଯୁଗାଦ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାସ୍ଥିତ ଗାଙ୍ଗପୁରଠାରେ ଦୁଇ ଆଇଟିଆଇ ଛାତ୍ର ଜଣେ ଘରୋଇ ବସ କଣ୍ଡକ୍ଟରଙ୍କୁ ମାଡ ମାରିଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି । ମାଡ ମାରିଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି । ଏନେଇ ଥାନାରେ ୨୧୫/ ୧୯ରେ ଏକ ମାମଲା ରୁଜୁ କରାଯାଇ ଜଣଙ୍କୁ ଗିରଫ କରି ଆସ୍କା କୋର୍ଟ ଚାଲାଣ କରାଯାଇ ଥିବାବେଳେ ଅନ୍ୟ ଛାତ୍ରଜଣଙ୍କ ୧୮ ବର୍ଷରୁ କମ ବୟସର ହୋଇଥିବାରୁ ତାଙ୍କୁ ଥାନାରେ ଜାମିନ କରି ଛଡାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧିରେସ କୁମାର ଦାସ ପ୍ରକାଶ କରିଛନ୍ତି । ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ , ବ୍ରହ୍ମପୁରରୁ ଫୁଲବାଣୀ ଯାଉଥିବା ଅନିଲ ନାମକ ଏକ ଘରୋଇ ବସରେ ଗତ ନଭେମ୍ବର ୨୧ ତାରିଖ ଦିନ ବ୍ରହ୍ମପୁର ଆଇ.ଟି.ଆଇରେ ପଢୁଥିବା ୨ଜଣ ଛାତ୍ର ଇନ୍ଦନପୁର ଗ୍ରାମର ଶମ୍ଭୁ ଭୂୟାଁ , ଓ ଆଉ ଜଣେ ନାବଳକ ନିଜ ଗ୍ରାମକୁ ଯିବାଲାଗି ଅନିଲ ବସରେ ଚଢିଥିଲେ । କିୁନ୍ତୁ ସେହି ବସର ଇନ୍ଦନପୁରରେ ଷ୍ଟପେଜ ନଥିବାରୁ ବସ କଣ୍ଟକ୍ଟର ଗୋପାଳକୃଷ୍ଣ ଡାକୁଆ ଦୁଇଛାତ୍ରଙ୍କୁ ବସରେ ନେବାକୁ ମନା କରିଥିଲେ । ଗତ ନଭେମ୍ବର ୨୩ ତାରିଖରେ ଶନିବର ଦିନ ସକାଳ ୬.୨୦ ସମୟରେ ବ୍ରହ୍ମପୁରର କିଛି ଯାତ୍ରୀଙ୍କୁ ଆଣିଥିବା ଅନୀଲ ବସ ଇନ୍ଦନ ନଗରଠାରେ ଗାଡି ରଖି ଓହ୍ଲାଇବାରୁ ଉକ୍ତ ଦୁଇ ଛାତ୍ର କଣ୍ଡକ୍ଟରଙ୍କୁ ଗାଡିରୁ ତଳକୁ ଟାଣି ମୁଥମାରି ରକ୍ତାକ୍ତ କରିଥିବା ନେଇ ଗୋପାଳ ଗାଙ୍ଗପୁର ଥାନାରେ୍ ଏତଲା ଦେଇଥିଲେ । ଏତଲା ଦେବାପରେ ଶମ୍ଭୁଙ୍କୁ ଆସିକା କୋର୍ଟ ଚାଲାଣ କରାଯାଇଥିବାବେଳେ ନାବାଳକ ଛାତ୍ରଙ୍କୁ ଥାନାରେ ଜାମିନ ଦିଆଯାଇଛି ।