ଘରୋଇ ମୋଟର କର୍ମଚାରୀ ସଂଘର ଗାଡି ନଚଲାଇବାକୁ ଚେତାବନି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଘରୋଇ ମୋଟର କର୍ମଚାରୀ ସଂଘ ବାଲିଗୁଡା କାର୍ଯ୍ୟଳୟରେ ଏକ ବୈଠକ ଡ୍ରାଇଭର ମାନେ ଗାଡି ନଚଲାଇବାକୁ ଚେତାବନୀ ଦେଇଛନ୍ତି ।ଉକ୍ତ ବୈଠକରେ ଆଲୋଚନା ହୋଇଛି ଯେ ବର୍ତମାନ କୋରୋନା ଭୁତାଣୁ ମହାମାରୀ ରୁପ ନେଇଛି । ଏହି କରୋନା ସମୟରେ ଡ୍ରାଇଭର ମାନେ ନିଜ ଜୀବନକୁ ପାଣି ଛଡାଇ ଗାଡି ଚଲାଉଛନ୍ତି । ଡ୍ରାଇଭର ମାନଙ୍କ ମଧ୍ୟରୁ ଯଦୀ କାହାକୁ କରୋନା ଭୁତାଣୁରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ପରିବାର କଥା କିଏ ବୁଝିବ ତେଣୁ ଡ୍ରାଇଭର ମାନଙ୍କୁ ଜୀବନ ବିମା ରେ ଅନ୍ତଭୁକ୍ତ କରାଯାଉ । କରୋନା ପାଇଁ ଗତ ତିନି ମାସ ଧରି ଲକଡାଉନ ହୋଇଥିଲା ଏଥିରେ ଡ୍ରାଇଭର ମାନେ କାର୍ଯ୍ୟ ନକରି ଘରେ ବସି ରହିଥିଲେ ତେଣୁ ଡ୍ରାଇଭର ମାନଙ୍କୁ ଭତା ପ୍ରଦାନ କରାଯାଉ । ଗାଡି ଚଲାଇବା ସମୟରେ ଯଦୀ କାହାକୁ କୋରୋନା ହୁଏ ତେବେ ତେବେ ଗାଡି ମାଲିକ ମାନେ ତାଙ୍କ ଘରକଥା ବୁଝିବେ ବୋଲି ନିଷ୍ପତି ନିଆ୍‌ାଇଛି ଯଦୀ ମାଲିକ ମାନେ ନବୁଝନ୍ତି ତେବେ ଏଥି ପାଇଁ ସରକାର ଦାୟୀ ରହିବେ କି? ଏହି ସବୁ ନିଷ୍ପତିକୁ ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ସମାଧାନର ବାଟ ନାହାର ନକରିଛନ୍ତି ତେବେ ଓଡିଶାର ସବୁ ଘରୋଇ ମୋଟର କର୍ମଚାରୀ ଭାଇମାନଙ୍କୁ ଅନୁରୋଧ କରାଯାଇଛି ଯେ କୌଣସେି ମୋଟର ଚଲାନ୍ତୁ ନାହିଁ ବୋଲି ଦାବୀ ପତ୍ର ରେ ଉଲେଲଖ ଅଛି । ଏହି ମୋଟର କର୍ମଚାରୀ ସଂଘର ସଦସ୍ୟ ମାନେ ଉପସ୍ଥିତ ଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ