ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ନାମରେ ଡାକ ଟିକଟ ପ୍ରଚଳନ

ଭଞ୍ଜନଗର, (ସନ୍ତୋଷ ଜେନା):ବହୁତ ଦିନର ଦାବି ପରେ ଆଜି କେନ୍ଦ୍ର ସରକାରଙ୍କ ଭାରତୀୟ ଡାକ ସେବା ତରଫରୁ ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଡାକଟିକଟ ପ୍ରଚଳନ କରାଯାଇଛି ଆସିକା ମଣ୍ଡଳ ର ଡାକ ସେବା ଅଧିକାରୀ ନିରଞ୍ଜନ ନାଥ ପଣ୍ଡା ,ବ୍ୟବସାୟିକ କାର୍ଯ୍ୟ ନିର୍ବାହୀ ଅଧକାରୀ ପ୍ରତାପ ଚନ୍ଦ୍ର ସ୍ୱାଇଁ, ରିଟାୟଡ ପୋଷ୍ଟ ମାଷ୍ଟର ସିମାଞ୍ଚଳ ପାତ୍ର ପ୍ରମୁଖ ତାଙ୍କ ଜନ୍ମସ୍ଥାନ ଭଞ୍ଜନଗର ନିକଟବର୍ତ୍ତୀ ବିଞ୍ଝଗିରି ଠାରେ ଡାକଟିକଟ ଉନ୍ମୋଚନ କରିଛନ୍ତି ଏହି ଅବସରରେ ଭଞ୍ଜନଗରର ଶିକ୍ଷାବିତ ତଥା ବାହାଡାପଦର ସ୍ଥିତ ଚକରା ବିଷୋୟୀ କଲଚୁରାଲ ଏକାଡେମୀର ସଭାପତି ଜଗବନ୍ଧୁ ଜେନାଙ୍କୁ ଚକରା ବିଷୋୟୀ ସମ୍ମାନରେ ସମ୍ମାନିତ କରାଯାଇଛି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀତତ୍ତ୍ୱାବଧାରକ ଶୂଳପାଣୀ ଶତପଥୀ,ସ୍ବେଚ୍ଛାସେବୀ ପଞ୍ଚାନନ ପାଳ , ଲୋକ ନୃତ୍ୟ କଳାକାର ଜଗଦୀଶ ପାଣିଗ୍ରାହୀ,ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ବିଞ୍ଝଗିରି ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସା ଦେବୀ,ସି.ଆର୍.ସି.ସି ତ୍ରିନାଥ ବେହେରା,ଶିକ୍ଷକ ସାଜନ ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ଅତିଥିମାନେ ଚକରାଙ୍କ ଭଞ୍ଜନଗର ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆସିକା ମଣ୍ଡଳ ତରଫରୁ ପ୍ରସ୍ତାବ ଯାଇ ଅନୁମୋଦନ ଲାଭ କରିଥିବା ଚକରାଙ୍କ ଫୋଟ ଓ ନାମ ଥିବା ଡାକ ଟିକଟ ତାଙ୍କ ଜନ୍ମସ୍ଥାନ ବିଞ୍ଝଗିରି ଠାରେ ଉନ୍ମୋଚନ କରାଯାଇଥିଲା ଡାକ ବିଭାଗର ଏଭଳି କାର୍ଯ୍ୟକ୍ରମକୁ ସବୁ ମହଲରୁ ସ୍ବାଗତ କରାଯିବା ସହ ଘୁମୁସରବାସୀ କୃତଜ୍ଞତା ଅର୍ପଣ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ