ଘୁମୁସର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବେଲଗୁଣ୍ଠା ବନ୍ଦ ଶାନ୍ତିପୂର୍ଣ୍ଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘୁମୁସର ଜିଲ୍ଲା ଦାବି ନେଇ ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସଙ୍ଗଠନ ତରଫରୁ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ ଓ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବା ଲକ୍ଷ୍ୟ କରାଯାଇଥିଲା । ଦୀର୍ଘ ତିରିଶି ବର୍ଷ ତଳେ ବେଲଗୁଣ୍ଠା, ଭଞ୍ଜନଗର ତଥା ଘୁମୁସର ତାଲୁକା ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ ମାନେ ଏକତ୍ରିତ ହୋଇ ଗଞ୍ଜାମ ଜିଲାର ଅନନ୍ୟ ଅଞ୍ଚଳ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଭୁକ୍ତ ବ୍ଳକ,ସହର ଓ ପଞ୍ଚାୟତ ଗୁଡିକୁ ନେଇ ଘୁମୁସର ଜିଲ୍ଲା ଦାବି ଆରମ୍ଭ କରିଥିଲେ ।ପରେ ଏହା ତୀବ୍ରତର ହୋଇ ସରକାରଙ୍କ ନିକଟରେ ପହଞ୍ଚିଥିଲା । ସରକାରୀ ସ୍ତରରେ ପୂର୍ବରୁ କିଛିଟା ଆଗ୍ରହ ପ୍ରକାଶ ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘୁମୁସର ଜିଲ୍ଲା ଘୋଷଣା ହୋଇପାରିଲା ନାହିଁ ।ସେ ନେଇ ପୁର୍ବରୁ ଭଞ୍ଜନଗର,ସୋରଡା ଓ ଜଗନ୍ନାଥ ପ୍ରସାଦ ବନ୍ଦ ହୋଇଥିବା ବେଳେ ଆଜି ଶାନ୍ତିପୂର୍ଣ୍ଣ ଭାବେ ବେଲଗୁଣ୍ଠା ବନ୍ଦ ପାଳନ କରାଯାଇଛି । ବେଲଗୁଣ୍ଠା ବଣିକ ସଙ୍ଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ଓ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ନେତୃତ୍ବରେ ଘୁମୁସର ବାହିନୀ,ବେଲଗୁଣ୍ଠା ପ୍ରେସ୍ କ୍ଳବ, ଓ ଅଂଚଳର ବିଭିନ୍ନ ସଂଗଠନ ତରଫରୁ ବେଲଗୁଣ୍ଠା ସହର ଓ ବ୍ଳକର ଗୋବରା ଠାରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।ସକାଳ ୬ ଠାରୁ ବେଲଗୁଣ୍ଠାର ଜଗନ୍ନାଥ ପ୍ରସାଦ ଛକ, ବ୍ଳକ ଛକ, ବାଲିଡି ଉପ୍ରା ବିଦ୍ୟାଳୟ ନିକଟରେ, ବ୍ଳକ ଅନ୍ତର୍ଗତ ଗୋବରା ଠାରେ ସଙ୍ଘର ବିଭିନ୍ନ ସଦସ୍ୟ ମାନେ ବ୍ୟାନର୍ ଟଙ୍ଗାଇ ରାସ୍ତାରୋକ କରିଥିଲେ ।ଗୋବରା ମୁଖ୍ୟ ରାସ୍ତାରେ ସମିତି ସଭ୍ୟ ବିଭୁପାଦ ଜେନା,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଲେଙ୍କା, ମାଁ ବୁଢାକେନ୍ଦୁ ଆଞ୍ଚଳିକ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ, ବଣିକ ସଂଘ ସଭାପତି ଭି.ଦିଲିପ କୁମାର ରାଜୁ, କୁଞ୍ଜ ବିହାରୀ ନାୟକଙ୍କ ନେତୃତ୍ବରେ ବନ୍ଦ ପାଳନ ହୋଇଥିଲା ।ଫଳରେ ବହୁ ଯାନବାହାନ ସହର ବାହାରେ ଅଟକି ରହିଥିଲା ।କିନ୍ତୁ ଆମ୍ବୁଲ୍ୟାନ୍ସ, ରୋଗୀ ଓ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହାନ ଗୁଡ଼ିକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ବିଭିନ୍ନ ବିଦ୍ୟାଳୟ, ସରକାରୀ ଅଫିସ୍ ରେ ପିକେଟିଂ କରି ବନ୍ଦରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା ।ଯାହା ଫଳରେ ବେଲଗୁଣ୍ଠା ଅଞ୍ଚଳ ବାସୀ, ବଣିକ ସଂଘ, କବିସମ୍ରାଟ ଅଟୋ ଆସୋସିଏସନ୍,ପରିବା ବ୍ୟବସାୟୀ ସଙ୍ଘ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱତଃ ପ୍ରବୃତ ଭାବେ ବନ୍ଦକୁ ସମର୍ଥକ କରି ଦୋକାନ ବଜାର ବନ୍ଦ କରିଥିଲେ ।ଆଗାମୀ ନିର୍ବାଚନ ପୂର୍ବରୁ ଘୁମୁସର ଜିଲ୍ଲା ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦିଆଯାଇଥିଲା ।ଘୁମୁସର ଜିଲ୍ଲା ଘୋଷଣା କଲେ ଅଞ୍ଚଳର ବାସୀ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପାଇବାରେ ସଫଳ ହେବା ସହିତ ବିଭିନ୍ନ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ତଥା ଜିଲ୍ଲା ଚିକିତ୍ସାଳୟ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଦି ମୁଖ୍ୟ ପ୍ରଶାସନିକ ସେବା ପାଇବାରେ ସମର୍ଥ ହେବେ ବୋଲି ମତପ୍ରକାଶ ପାଇଥିଲା । ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ଓ ସେକେଣ୍ଡ ଅଫିସର ଅଭୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଆଜିର ବନ୍ଦ ଶାନ୍ତି ପୂର୍ଣ ଭାବେ ସମାପ୍ତ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ମିଳିତ କ୍ରିୟାନୁଷ୍ଠାନ କମିଟି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ, ସମ୍ପାଦକ ପ୍ରକାଶ ସାହୁ, ସଦସ୍ୟ ରବି ସାମନ୍ତରା, ଘୁମୁସର ବାହିନୀର ନଚିକେତା ପ୍ରଧାନ,ବିଶ୍ୱମ୍ବର ଜେନା,ଅରକ୍ଷିତ ପରିଛା ଓ ଅନ୍ୟ ସଦସ୍ୟ, ରୋଟାରୀ କ୍ଳବ୍ ସହକାରୀ ପ୍ରାନ୍ତପାଳ ଭି.ଦେବୀ ପ୍ରସାଦ ପାତ୍ର, ସମାଜସେବୀ ମନୋରଞ୍ଜନ ପାଣିଗ୍ରାହୀ,ସାଇ ଆଇ.ଟି.ଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ପୂର୍ବତନ ଉପ-ନଗରପାଳ ପ୍ରଶାନ୍ତ କୁମାର ସାହୁ, ନିଖିଳ ଉତ୍କଳ ଖଡୁରା ସଙ୍ଘ ବେଲଗୁଣ୍ଠା ସଭାପତି ସୁରେନ୍ଦ୍ର କୁମାର ନାୟକ,ପରିବା ବ୍ୟବସାୟୀ ସଙ୍ଘ ସଭାପତି ବୁଲୁ ବିଶ୍ୱାଳ, ପ୍ରଶାନ୍ତ ପଣ୍ଡା, ଘୁମୁସର ମଧୁ ବୈଶ୍ୟ ବେହେରା ସନ୍ତୋଷ କୁମାର ସାହୁ,ମାଁ ବୁଢାକେନ୍ଦୁ ଆଞ୍ଚଳିକ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ, ଉପ ସଭାପତି ନିଲୁ ପାତ୍ର, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ ସମ୍ପାଦକ ସରୋଜ ଶତପଥୀ, ସୁଶାନ୍ତ କୁମାର ବେହରା, ଚନ୍ଦନ କୁମାର ସାହୁ, ନାରାୟଣ ପଣ୍ଡା, ଶିବରାମ ଚୌଧୁରୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ, ମନୋରଞ୍ଜନ ମହାରଣା,ପ୍ରଦୀପ କୁମାର ଚୌଧୁରୀ, ତୋଫାନ କୁମାର ସାହୁ ଓ ଯୁବ ସଂଗଠକ କାଶୀନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ବନ୍ଦ ପାଳନ ଶାନ୍ତିଶୃଙ୍ଖଳା ସହିତ ସମାପ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ